ଓଡ଼ିଶା

କୃଷ୍ଣସାର ମୃଗର ଶିକାର ମାମଲାରେ ଜୋଧପୁର କୋର୍ଟରେ ସଲମାନ ଖାନ୍ ଙ୍କ ଶୁଶାଣି ଜୁଲାଇ ୧୭ କୁ ଘୁଞ୍ଚିଲା

ଜୋଧପୁର ୭ ମଇ (ଓଡ଼ିଆ ପୁଅ) କୃଷ୍ଣସାର ମୃଗର ଶିକାର ମାମଲାରେ ଜୋଧପୁରରୁ ଜାମିନ୍ ମିଳିବା ପରେ ବଲିଉଡ୍ ଅଭିନେତା ସଲମାନ ସୋମବାରଦିନ କୋର୍ଟରେ ହାଜର ହୋଇଥିଲେ। ଏହି ଶୁଣାଣି ସମୟରେ ତାଙ୍କର ଓକିଲ କୋର୍ଟରେ ସଲମାନ ଖାନଙ୍କର କାରାଦଣ୍ଡକୁ ରଦ୍ଦ କରିବାପାଇଁ ଦାବି କରିବାରଥିଲା। କିନ୍ତୁ ତାଜା ରିପୋର୍ଟ ଅନୁଯାୟୀ ଏହି ବିଷୟରେ ସଲମାନ ଖାନ୍ ଙ୍କ ଶୁଶାଣି ଜୁଲାଇ ୧୭ କୁ ଘୁଞ୍ଚିଲା ଘୁଞ୍ଚାଇଦେଇଛନ୍ତି ଜୋଧପୁର କୋର୍ଟ।

ସୂଚନାଯୋଗ୍ୟଯେ, କୃଷ୍ଣସାର ମୃଗ ମାମଲାରେ ସଲମାନ ଖାନ୍ ଗତ ମାସରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୯୯୮ରେ ଘଟିଥିବା ଘଟଣାର ୨୦ ବର୍ଷ ପରେ ଜୋଧପୁର କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଶୁଣାଇଥିଲେ। ଏହାପରେ ତାଙ୍କୁ ଜୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା। ଏହି ମାମଲାର ରାୟ ପ୍ରକାଶ ବେଳେ ସହ ଅଭିଯୁକ୍ତ ସେଫ ଅଲ୍ଲୀ ଖାନ୍, ତବୁ, ନୀଲମ, ସୋନାଲି ବେନ୍ଦ୍ରେଙ୍କୁ ଯୋଧପୁର କୋର୍ଟ ଦୋଷମୁକ୍ତ କରିଥିଲେ।

ପୁନଶ୍ଚ ସୂଚନାଯୋଗ୍ୟଯେ, ୧୯୯୮ ରେ ସଲମାନ ଖାନ ଜୋଧପୁର ନିକଟସ୍ଥ କଙ୍କଣି ଗାଁରେ କୃଷ୍ଣସାର ମୃଗ ଶିକାର କରିଥିଲେ। ‘ହମ୍ ସାଥ ସାଥ ହେଁ’ ସୁଟିଂ ସମୟରେ ଏହି ଘଟଣା ଘଟିଥିଲା। ଆଇପିସିର ଧାରା ୧୪୯ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଧାରା ୫୧ ଅନୁଯାୟୀ ସଲମାନଙ୍କ ନାମରେ ଚାର୍ଜ ଫ୍ରେମ ହୋଇଥିଲା।

ସଲମାନ ଖାନ କୁ ୫୦,୦୦୦ ଟଙ୍କାର ବଣ୍ଡ ଉପରେ ଜାମିନ୍ ମିଳିଥିଲା ଏବଂ ଏହା ମଧ୍ୟ କୁହାଯାଇଥିଲା କି ସେ ବିନା କୋର୍ଟର ଆଦେଶରେ ଦେଶ ବାହରକୁ ଯାଇପାରିବେ ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top