ଖେଳ

କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଂଟ

ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ଦହ୍ୟା ପଂଚାୟତ ମହିସରପିଣ୍ଢା ମା ରୁଦ୍ରକାଳି ଫୁଟବଲ ଆସୋସିଏସନ ଆନୁକଲ୍ୟରେ ପ୍ରଥମ କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମୁଖ୍ୟଅତିଥି ରୂପେ ତାଳସରଡା ସରପଂଚ କାଂଚନ ମହାକୁଳ,ସମ୍ବାନିତ ଅତିଥି ସାମ୍ବାଦିକ ଉମାକାନ୍ତ ମହାକୁଳ,ଯୁବନେତା କାର୍ତ୍ତିକ ମହାକୁଳ ଓ ସ୍ୱତନ୍ତ୍ର ଅତିଥି ଭାବରେ ବିଜେପିର ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚ ମନୁପାଲି ଓ ଜନମୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୁପାଲି ଦଳ ଟାଇବ୍ରେକର ସହାୟତାରେ ୩-୨ ଗୋଲରେ ବିଜୟୀ ହୋଇଥିଲେ । ରେଫରି ରାଜେଶ ଥନାପତି ଖେଳ ପରିଚାଳନା କରିଥିବାବେଳେ ଲାଇନରେ ବାବୁଲାଲ୍ ସାହୁ ଓ ସୁଦାମ ଜଗଦଲା ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top