କୃଷି , ସମବାୟ ଓ ଯୋଗାଣ ବିଭାଗର ସମନ୍ନୟ ବୈଠକ ; ଜିଲ୍ଲାର ଚାଷୀମାନଙ୍କ ପାଇଁ କାମ କର ; ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବ-ଜିଲ୍ଲାପାଳ

କୋରାପୁଟ ; ତା୧୭-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଚାଷ ନିମନ୍ତେ ମାଟି ଉର୍ବର ଥିବା ବେଳେ ଜଳସେଚନ ସୁବିଧା ମଧ୍ୟ ଅଛି କିନ୍ତୁ ଜିଲ୍ଲାର ଅନେକ ଜମି ଏବେ ଖାଲି ପଡିରହିଛି । ତେଣୁ କୃଷି ବିଭାଗରେ କାର୍ଯ୍ୟରତ ଗ୍ରାମସେବକମାନଙ୍କ କାର୍ଯ୍ୟଶୈଳୀ ବିଗ ଚିରୋ ବୋଲି ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ସ୍ଥାନୀୟ ଟାଉନ ହଲଠାରେ ଆୟୋଜିତ କୃଷି , ସମବାୟ ଓ ଯୋଗାଣ ବିଭାଗର ସମନ୍ନୟ ବୈଠକରେ ଯୋଗଦେଇ କ୍ଷୁବ୍ଧ ହୋଇଥିଲେ ।ଚାଷୀମାନକଙ୍କ ନିମନ୍ତେ ୧୦୦ ପ୍ରତିଶତ ଯଦି କାର୍ଯ୍ୟ କର ତେବେ ମୋର ପୂର୍ଣ୍ଣ ସହାୟତା ମିଳିବ ଯଦି ଅବହେଲା କଲ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ ।ସବୁ ବିଭାଗର ଅଧିକାରୀ ଓ କର୍ମଚାରୀ ଗୋଟିଏ ଦଳ ଭାବରେ କାର୍ଯ୍ୟ କଲେ ନିଶ୍ଚିତ ଭାବେ କାର୍ଯ୍ୟ ଭଲ ହେବ ବୋଲି ସେ କହିବା ସହ ସବୁ ମିଶିକରି କାମ କରିବାକୁ ଆହ୍ୱାନ ଦେଇଥିଲେ ।ରବି ଧାନ ସଂଗ୍ରହ ବେଳେ ଯେପରି ଚାଷୀମାନେ ଅଧିକା ସଂଖ୍ୟାରେ ପଞିକୃତ କରିପାରି ସେଥିପ୍ରତି ସମବାୟ ଓ କୃଷି ବିଭାଗ ଧ୍ୟାନ ଦେବାକୁ ସେ ନିଦେ୍ର୍ଦଶ ଦେଇଥିଲେ ।ଚଳିତ ବର୍ଷ ସମବାୟ ବିଭାଗ ୧୩୩ କୋଟି ଟଙ୍କା ରଣ ପ୍ରଦାନ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରଖିଛି ତେଣୁ ଚାଷୀମାନେ ଯେପରି ସମବାୟରୁ ରନ ନେଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ଭାରପ୍ରାପ୍ତ କୃଷି ଉପନିଦେ୍ର୍ଦଶକ ଉମେଶ ଚନ୍ଦ୍ର ସାହୁ , ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ୱର ଚୋଧୁରୀ , କେସିସି ବ୍ୟାଙ୍କ ସଂପାଦକ ଏ .କେ.ସାମଲ , ଡିଆରସିଏସ ବି .ବି.ସାହୁ ଉପସ୍ଥିତ ରହି ଉପସ୍ଥିତ ଗ୍ରାମସେବକ ଓ କର୍ମଚାରୀଙ୍କୁ ସରକାରୀ ରଣ ସଂପର୍କରେ ଅବଗତ କରାଇଥିଲେ ।ଜୟପୁର ସହାୟକ ଜିଲ୍ଲା ଯୋଗାଣ ଅଧିକାରୀ ରବି ନନ୍ଦ , କୋରାପୁଟ ଜିଲ୍ଲା କୃଷି ଅଧିକାରୀ ଏସ.କେ.ରଥ ଙ୍କ ୩ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *