କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିକରି କଟକ ନଗର ଯୁବମୋର୍ଚ୍ଚାର କୁଶ ପୁତ୍ତଳିକା ଦାହ

କଟକ ୭-୯ (ଓଡ଼ିଆ ପୁଅ) ଆଜି ଅପରାହ୍ନ ୫ ଘଟିକା ସମୟରେ ଭାରତୀୟ ଜନତା ଯୁବମୋଚ୍ଚା କଟକ ନଗରର ଶତାଧିକ କାର୍ଯ୍ୟକର୍ତା ବକ୍ସି ବଜାର ଛକଠାରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କୁଶ ପୁତଳିକା ଦାହ କରିବା ସହିତ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଏବଂ ଏହି ଦୁର୍ନିତିର ସି.ବି.ଆଇ ତଦନ୍ତ ଦାବି କରିଥିଲେ। ନିଜର ସ୍ୱଚ୍ଛ ବାବମୁର୍ତିର ଡିଡିମ୍ବ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାମଲାରେ ଚୁପ ରହିବା ମାମଲାକୁ ଅଧିକ ସନ୍ଦେହ ଘେରକୁ ଟାଣିଆଣିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ. ଦାମୋଦର ରାଉତଙ୍କ ବୟାନ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାରେ ଲାଗିଥିବା ଚାରାରେ ଜୈବିକ ସାର ଦେବା ପାଇଁ ଆସିଥିଲା କିନ୍ତୁ ସାର ଆସିଲା ବେଳକୁ କୌଣସି ଗୋଟିଏ ସ୍ଥାରେ ବି ଚାରା ଲଗାଯାଇନଥିଲା ପାଖା ପାଖି ୧୦୦ କୋଟି ଦୁର୍ନିତିର ମହା ଅଭିଯୋଗ ଆସିଛି। ଖାଲି ଚାରା ଦୁର୍ନିତି ନୁହେଁ ଓମଫେଡ ଜରି କିଣାରେ ଦୁର୍ନିତି ହୋଇଥିବା ଦାମ ବାବୁ ଙ୍କ ବୟାନରୁ ଜଣାପଡେ। ଟେଣ୍ଡର ମୂଲ୍ୟ ଠୁ ଅଧିକ ଦରରେ ଜରି କିଣିବା, ରିଲିଜ ଅର୍ଡର ଦେବା ପରେ ଏହାର ମୁଳ୍ୟ ବଦଳାଇ ଦିଆଯିବା ଏପରି ଅନେକ କିଛି ଦୁର୍ନିତି ବଳରେ ୩୦ କୋଟି ଟଙ୍କା ବାଟ ମାରଣା ହେବା ନବୀନ ସରକାରର ନିର୍ମଳ ଶାସନ ତଥା ସ୍ୱଚ୍ଚ ଭାବମୂର୍ତିର ଅସଲି ପ୍ରମାଣ ଦେଉଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହାକି ନବୀନ ସରକାରରେ କ୍ରମାଗତ ଭାବରେ ଗୋଟେ ପରେ ଗୋଟେ ମହାଦୁର୍ନିତିର ପର୍ଦାଫାସ ହେଉଥିଲେ ସୁଦ୍ଧା ଦଳର ସୁପ୍ରୀମୋ ନିଜର ନିଜ ମନ୍ତ୍ରୀ ମଣ୍ଡଳରେ କୌଣସି ସଂସ୍କାର ନଆଣି ସେମାନଙ୍କ ଦୁର୍ନିତିକୁ ଘଂଟ ଘୋଡାଇବା ବିଜେଡି ଦଳର ଭଦ୍ର ମୁଖାକୁ ଖୋଲିଦେଇଛି। ନଗର ଯୁବମୋଚ୍ଚା ସଭାପତି ଜ୍ୟୋତିରଞ୍ଜନ ପଲେଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁବମୋଚ୍ଚା ପ୍ରଭାରୀ ଦେବାଶିଷ ଘୋଷ, ଯୁବମୋଚ୍ଚା ରାଜ୍ୟ ସଂଯୋଜକ ଦେବାଶିଷ ରାୟ, ସ୍ୱାଧୀନ ମହାନ୍ତି, ପ୍ରଶାନ୍ତ ଦାସ, ନନ୍ଦଲାଲ ଗୁପ୍ତା, ଲୋକନାଥ ସାହୁ, ସୟଦ ସାହାନୱାଜ ଅଲ୍ଲି, ସାର୍ଥକ ରାୟ, ସେକ୍ ନସିମ, ଅଭୀଜିତ ମିଶ୍ରା, ଅସଦ ରାଜ, ସଞ୍ଜୀବ ଦାସ, କେ. ସୋମେସ, ସୟଦ ଅଫତାବ, ଜି. ବିଜୟ, ସହଦେବ ନାୟକ, ଅଭିସେଖ ସିଂ, ଇଜାଜ ଅଲ୍ଲି, ତାରିଖ ହୁସେନ, ସାକିବ ଖାନ, ମହମ୍ମଦ ସାୱାଜ, ମହମ୍ମଦ ଇଫତେଖାର, ମହମ୍ମଦ ଅନସାର, କେଦାରନାଥ ପାଣୀ, ଅଭୀଜିତ ଭଗତ, ହୁସେନ ତାରିଫ, ଲୋକେଶ ସାହୁ, ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *