ଜିଲ୍ଲା ପରିକ୍ରମା

କୃଷି ବିଜ୍ଞାନ କେନ୍ଦ୍ରର ୧୪ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳି ବୈଠକ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା କୃଷିବିଜ୍ଞାନ କେନ୍ଦ୍ରର ୧୪ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳି ବୈଠକ କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। କୃଷିବିଜ୍ଞାନ କେନ୍ଦ୍ରର ଟ୍ରେନିଂ ଗୃହ ଠାରେ ଅନୁଷ୍ଠିତ ଏହି ଉପଦେଷ୍ଟା ମଣ୍ଡଳି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ମଧୁସୁଦନ ମିଶ୍ର ଯୋଗ ଦେଇଥିଲେ। ବୈଠକରେ ଅନ୍ୟତମ ଅତିଥି ଭାବେ କଲିକତା ଜୋନର ଅଧକ୍ଷ୍ୟ ତଥା ପ୍ରମୁଖ ବୈଜ୍ଞାନିକ ଡ.କଲ୍ୟାଣ ସୁନ୍ଦର ଦାସ, ଓୟୁଓଟିର ସଂପ୍ରସାରଣ ଅଧିକାରୀ ଡ. ପ୍ରଭାତ କୁମାର ରାଉଳ, ଜିଲାକୃଷି ଉପ ନିର୍ଦ୍ଦେଶକ ମନରଞନ ମଲିକ, ଜିଲା ଉଦ୍ୟାନବିଭାଗ ଅଧିକାରୀ ସୁର୍ଯ୍ୟମଣୀ ମହାରଣା ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସତୁନ କୁମାର ଶତପଥି ବୌଦ୍ଧ ଜିଲା କୃଷି ପ୍ରଧାନ ଜିଲା ଓ କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୦୧୬-୧୭ ବର୍ଷର ଖରିଫ ଚାଷର ସଫଳତା ଉପରେ କହିବା ସହ ଆଗାମୀ ରବି ଚାଷ ପାଇଁ କୃଷିବିଜ୍ଞାନ କେନ୍ଦ୍ରର ରୁପରେଖ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଏହା ସହ ପିଆଜ ଚାଷ ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ କିସମର ବିହନ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ପ୍ରୋଜେକଟର ମାଧ୍ୟମରେ ବରିଷ୍ଠ ବୈଜ୍ଞାନିକ ଶ୍ରୀ ଶତପଥି ବୁଝାଇଥିଲେ। କୃଷିବିଜ୍ଞାନ କେନ୍ଦ୍ର ଦ୍ୱାରା ଜିଲାରେ ଚାଷୀମାନଙ୍କୁ ବିଭିନ୍ନ ସହାୟତା ଦିଆଯାଉଥିବା ସହ ଉଚ୍ଚମାନର ଚାଷ କୌଶଳ ଶିକ୍ଷା ଦିଆଯାଉଥିବା ପ୍ରକାଶ କରିଥିଲେ। ଏହି ବୈଠକରେ ଜିଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲିକ, ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ସଂପାଦକ ହାଡିବନ୍ଧୁ ମହାକୁଲଙ୍କ ସମେତ ଜିଲା କୃଷି କର୍ମଚାରୀ,  ପା୍ରଣୀ ବିଭାଗ କର୍ମଚାରୀ,  ଓ କୃଷକ ମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top