ad
ଓଡ଼ିଶା

କୃଷି ବିଜ୍ଞାନ କେନ୍ଦ୍ରରେ ପଂଚଦଶତମ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ

କେନ୍ଦ୍ରାପଡା ୩/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଝାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ ଗୃହରେ ପଂଚଦଶତମ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ କୃଷି ସଂପ୍ରସାରଣ ନିଦେ୍ର୍ଦଶାଳୟର ଯୁଗ୍ମ ନିଦେ୍ର୍ଦଶକ ଡଃ. ମହାମାୟା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେଗବେଷଣା ସହ ନିଦେ୍ର୍ଦଶକ ଡଃ. ମନୋରଂଜନ ମିଶ୍ର, ଡଃ. ଗୋକୁଳ ବିହାରୀ ଦାଶ, ଝୋଟ ଗବେଷଣା କେନ୍ଦ୍ରର ମୁଖ୍ୟ, କୃଷି ଉପନିଦେ୍ର୍ଦଶକ ମିତ୍ରଦୋୟ ଦାଶ, କଟକ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡଃ. ରାହୁଲ ତ୍ରିପାଠୀ, ପଶୁପାଳନ ବିଭାଗର ସୁମନ୍ତ କୁମାର ମହାପାତ୍ର, ମତ୍ସ୍ୟ ବିଭାଗ, ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଅଗ୍ରଣୀ ଚାଷୀ ଓ ମହିଳା ଚାଷୀମାନେ ଅଂଶଗ୍ରହଣ କରିଥିଲେ । ଏହି ସଭାରେ ମୁଖ୍ୟତଃ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବିଗତ ବର୍ଷରେ କରାଯାଇଥିବା କାର୍ଯ୍ୟକ୍ରମକୁ ଉପସ୍ଥାପନା କରାଯିବା ସହିତ ୨୦୧୮-୧୯ ବର୍ଷର କାର୍ଯ୍ୟ ଖସଡା ତିଆରି କରିବା ନିମନ୍ତେ ମତାମତ ଗ୍ରହଣ କରାଯାଇଥିଲା । ମୁଖ୍ୟତଃ ଚାଷୀମାନଙ୍କର ଆୟ କିପରି ଦୁଇଗୁଣା ହେବ, ଧାନ ଛଡା କିପରି ଅଗ୍ରଧାନ ଚାଷ କରାଯାଇପାରିବ, ଛୋଟ ବ୍ୟବସାୟ କିପରି କରାଯାଇ ପାରିବ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହି ସଭାରେ ବୈଜ୍ଞାନିକ ନମିତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବୈଜ୍ଞାନିକ ଡାଃ. ମାନସୀ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଟ ବୈଜ୍ଞାନିକ ଡଃ. ସୂର୍ଯ୍ୟନାରାୟଣ ମିଶ୍ର ଏହି ବୈଠକକୁ ପରିଚାଳନା କରିଥିବାବେେଳେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ. ଲିପ୍ସା ଦାସ, ପ୍ରାଣୀ ବିଜ୍ଞାନୀ ସିଦ୍ଧାର୍ଥ କର, ଉଦ୍ୟାନ ବିଭାଗର ପ୍ରାର୍ଥନା ମହାନ୍ତି, କ୍ଷେତ୍ର ପରିଚାଳକ ପ୍ରଭାତ ସାହୁ, ମୃତ୍ତିକା ବିଭାଗର ନିହାର ରଂଜନ ବରାଳ ଏବଂ କିଶୋର ଚନ୍ଦ୍ର ଦାସ ଏଥିରେ ସହଯୋଗ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top