କୃଷି ପରାମର୍ଶ ବୈଠକ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ କୃଷି କାର୍ଯ୍ୟାଳୟ ବୈଠକ ଗୃହ ମଧ୍ୟରେ ବ୍ଲକ କୃଷି ଅଧିକାରୀ ବ୍ରଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ କୃଷି ପରାମର୍ଶ ଓ ସୂଚନା ସଂପର୍କରେ ଏକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମବାୟ ଉପ ସହକାରୀ ନିବନ୍ଧକ ନିରଞ୍ଜନ ମାଝୀ, ଉଦ୍ଦ୍ୟାନ କୃଷି ଅଧିକାରୀ ଅକ୍ଷୟ କୁମାର ଦାସ, ମସô ଅଧିକାରୀ କିର୍ତନ ସାହୁ, ପଶୁ ଚିକିସôା ଅଧିକାରୀ ବିଶ୍ୱଜିତ୍ ରାୟ, ମୀନ କେତନ ବାରିକ ପ୍ରମୁଖ ଉପସ୍ଥିତ ରହି କୃଷି ସମ୍ବନ୍ଧିତ ବିଭିନ୍ନ ଯୋଜନା ବାବଦରେ ଆଲୋଚନା କରିଥିଲେ । ବ୍ଲକ ଅଂଚଳର ଆଗୁଆ ଚାଷୀ ସଂଗଠନର ସଭ୍ୟ/ ସଭ୍ୟା ମାନେ ବୈଠକରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କୃଷି କର୍ମଚାରୀ ମାନସ ଜେନା, ଅବିନାଶ ଜେନା, ଜୟନ୍ତି ସାହୁ, ବିଜୟାଲକ୍ଷ୍ମୀ ନାୟକ, ମନୋଜ କୁାମର ରାଉତ, ପ୍ରଦିପ ବେହୁରିଆ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *