“କୃଷି ଉଦ୍ୟମି” ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୩ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ଏକ “କୃଷି ଉଦ୍ୟମି” ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗଜପତି ଲିଡ ବ୍ୟାଙ୍କ ପରିଚାଳକ ଦାମୋଦର ଉଗ୍ରସଣ୍ଡି ଏବଂ ନାବାର୍ଡ ବ୍ୟାଙ୍କର ଡିଡିଏମ ଏସ.ପାଲ ଉଦ୍ଘାଟନ କରିଥିଲେ। ଏହି କୃଷି ଉଦ୍ୟମି ତାଲିମ ଶିବିରରେ ୩୬ଜଣ କୃଷକଙ୍କୁ ୧୩ଦିନ ଧରି ତାଲିମ ଦିଆଯାଇଥିଲା। ନୁତନ କୃଷି ପଦ୍ଧତିରେ କିପରି କୃଷକମାନେ ଅଧିକ ଲାଭାନ୍ୱିତ ହୋଇ ନିଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିପାରିବେ ସେବିଷୟରେ ପ୍ରଶିକ୍ଷଣ ଦିଆଯିବ। ସେହିପରି ବୈଜ୍ଞାନିକ ପଦ୍ଧତିରେ କୃଷି କଲେ ତାହା ଅଧିକ ଅମଳ କ୍ଷମ ହୋଇ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବ ତାକୁ ନେଇ ଏହିପରି କୃଷି ଉଦ୍ୟମି ପ୍ରଶିକ୍ଷଣ କାର୍ଯ୍ୟ ଅନୁଷ୍ଠିତ ହେବ। ଅମ୍ୟପକ୍ଷରେ କଠିନ ପରିଶ୍ରମ ଦ୍ୱାରା ଜଣେ ସ୍ୱାବଲମ୍ବି ହୋଇ ଚଳିପାରିବେ ବୋଲି ସମସ୍ତ ପ୍ରଶିକ୍ଷଣକାରୀମାନଙ୍କୁ ଉପଦେଶ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *