ଗଜପତି

କୃଷି ଉଦ୍ୟମି ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୯ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ଏକ କୃଷି ଉଦ୍ୟମି ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷିମାନଙ୍କୁ ଉକ୍ରୃଷ୍ଟମାନର କୃଷି ଭିତ୍ତିକ ତାଲିମ ପ୍ରଦାନ କରାଯାଉଛି। ଯାହାଦ୍ୱାରା ସେମାନେ ଅଧିକ ଉପାର୍ଜନ ହେବା ସହ ଆର୍ଥିକ ଅଗ୍ରସର ହୋଇ ସ୍ୱାବଲମ୍ବି ହୋଇପାରିବେ। ଏହି ଶିବିର ୧୩ଦିନ ଧରି ଚାଲୁରହିବାର କାର୍ଯ୍ୟକ୍ରମ ରହିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲା ଲିଡ ବ୍ୟାଙ୍କର ପରିଚାଳକ ଦାମୋଦର ଉଗରସଣ୍ଡି ଯୋଗଦେଇ ସମସ୍ତଙ୍କୁ କଠିନ ପରିଶ୍ରମ କଲେ ଆତ୍ମ ନିର୍ଭରଶିଳ ହୋଇ ସ୍ୱାଧିନ ଭାବେ ଚଳିପାରିବେ ବୋଲି ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରର ନିର୍ଦ୍ଦେଶକ ଚିନ୍ତାମଣି ଭୁୟାଁ, ସଂଯୋଜକ ଦିଲିପ କୁମାର ତନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top