ଓଡ଼ିଶା

କୃଷି ଉତ୍ପାଦନ ସାମଗ୍ରୀ ଉପରେ କେନ୍ଦ୍ରର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା ପ୍ରସଙ୍ଗ ନରେନ୍ଦ୍ର ମୋଦି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରତିଶୃତି ପାଳନ କରିଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

– ଅନ୍ୟ ରାଜ୍ୟରେ ଏମଏସପି ଉପରେ ବୋନସ ଦେବାସହ କୃଷି ଋଣ ଛାଡ ହେଉଥିବା ବେଳେ ଓଡିଶାରେ କାହିଁକି ହେଉନି ? – ମୁଖ୍ୟମନ୍ତ୍ରୀ ଓଡିଆ ଚାଷୀଙ୍କୁ କୁଇଟାଂଲ ପିଛା ୧୦୦ ଟଙ୍କା ବୋନସ ପ୍ରତିଶୃତି ଦେଇ କାହିଁକି ଭୁଲିଗଲେ ?
– ଚଳିତବର୍ଷ କୁଇଟାଂଲ ପିଛା ଧାନର ଉତ୍ପାଦନ ମୂଲ୍ୟ ୧୧୬୬ ଆକଳନ କରାଯାଇଥିବା ବେଳେ ଏହାକୁ ଦେଢଗୁଣରୁ ଅଧିକ ବୃଦ୍ଧି କରାଯାଇଛି
ଭୁବନେଶ୍ୱର, ୪ ଜୁଲାଇ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆୟ ଦୁଇଗୁଣିତ କରିବା ପାଇଁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧାନ ସମେତ ୧୪ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପରେ ଏକଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟର ସହାୟକ ମୂଲ୍ୟରେ ବଡ ବୃଦ୍ଧିକରି ପ୍ରଧାନମନ୍ତ୍ରୀ ନେଇଥିବା ଦାୟିତ୍ୱ ପୂରଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

କେନ୍ଦ୍ର କ୍ୟାବିନେଟରେ ନିଆଯାଇଥିବା ଏହିପରି ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ପ୍ରଦାନ କରିଛନ୍ତି ମନ୍ତ୍ରୀ ଶ୍ରୀ ପ୍ରଧାନ। କେନ୍ଦ୍ର ସରକାରଙ୍କର ପକ୍ଷରୁ ୧୪ଟି କୃଷିଜାତ ଦ୍ରବ୍ୟର ଏମଏସପିକୁ ଦେଢଗୁଣାରୁ ଅଧିକ କରାଯାଇଛି। ଏହିପରି ଐତିହାସିକ ନିଷ୍ପତି କେବେ ହୋଇନଥିଲା।

କୃଷି ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ନିର୍ଦ୍ଦାରଣ କରୁଥିବା ସିଏସିପି ସଂସ୍ଥାର ଚଳିତ ବର୍ଷ ଧାନର ଉତ୍ପାଦିତ ମୂଲ୍ୟ ୧୧୬୬ ଟଙ୍କା ସଂସ୍ଥା ନିର୍ଣୟ କରିଛି। ଏହି ଉତ୍ପାଦନ ମୂଲ୍ୟରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣାରୁ ଅଧିକ ବୃଦ୍ଧି କରି ଏହାକୁ ୧୭୫୦ କରାଯାଇଛି। ହରଡଡାଲି ଉତ୍ପାଦିତ ମୂଲ୍ୟ ୩୪୩୨ ଟଙ୍କା ଥିବା ବେଳେ ଏହାକୁ ୫୬୭୫ ଟଙ୍କା ସ୍ଥିର ହୋଇଛି। ଚାଉଳ ଓ ଡାଲିର ଉତ୍ପାଦନ ମୂଲ୍ୟ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା କରାଯିବା ଚାଷୀମାନଙ୍କୁ ଲାଭଦାୟକ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୃଷକ ମାନଙ୍କ ହିତ, ଚାଷୀ ପରିବାର, କୃଷିକ୍ଷେତ୍ର, ଗ୍ରାମୀଣ ଅର୍ଥନୀତି, ଭାରତୀୟ ଅର୍ଥନୀତି ବ୍ୟବସ୍ଥାକୁ ମଜଭୂତ କରିବା ପାଇଁ ଏମଏସପିକୁ ଦେଢଗୁଣା କରିଛନ୍ତି। ଏହା ଏକ ଐତିହାସିକ ନିଷ୍ପତି।

କଂଗ୍ରେସ ଓ ବିଜେଡି ଆଣିଥିବା ଅଭିଯୋଗ ଉପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କଂଗ୍ରେସ ନିଜେ ଆତ୍ମ ସମୀକ୍ଷା କରିବା ଦରକାର। ୨୦୦୪ରୁ ୨୦୧୪ ମସିହା ପଯ୍ୟନ୍ତ ସରକାରରେ ଥିଲା ଦଳ। ସେମାନେ କେବେ ଏତେମାତ୍ରାରେ ଏମଏସପି ବୃଦ୍ଧି କରିନଥିଲେ। ଗୋଟିଏ ଗୋଟିଏ ବର୍ଷ ଏମଏସପି ବୃଦ୍ଧି ଶୂନ ଥିଲା। କୃଷକ ମାନଙ୍କୁ ତଳିତଳାନ୍ତ କରିବାର ବ୍ୟବସ୍ଥା କଂଗ୍ରେସ ଦଳ କରିଥିଲା। ଏବେ ଅସଲ ଚେହେରା ଲୋକଲୋଚନାକୁ ଆସିବା ପରେ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି।

ସେହିପରି ରାଜ୍ୟଶାସନ କ୍ଷମତାରେ ଥିବା ବିଜେଡିକୁ ସମାଲୋଚନା କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, କଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦାରଣ ପାଇଁ ଏକ ସ୍ୱତନ୍ତ୍ର ପଦ୍ଧତି ରହିଛି। ସେହି ସଂସ୍ଥା ଯାହା ସ୍ଥିର କରେ ସେହି ଅନୁସାରେ ଏମଏସପି ସ୍ଥିରିକୃତ ହୁଏ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଏମଏସପି ଉପରେ ବୋନସ ଦିଆଯାଉଛି। ଅନେକ ରାଜ୍ୟ କୃଷିଋଣଛାଡ କରୁଛନ୍ତି। ରାଜ୍ୟ ସରକାର ଯଦି ଏତେ ସମ୍ବେଦନଶୀଳ ତାହାହେଲେ ୨ ବର୍ଷ ତଳେ ବରଗଡରେ ଘୋଷଣା କରାଯାଇଥିବା କୁଇଟାଂଲ ପ୍ରତି ୧୦୦ ଟଙ୍କା ବୋନସ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଷୀଙ୍କୁ ବୋନସ ଦେବାପାଇଁ କୌଣସି ବ୍ୟବସ୍ଥା ନକରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top