ଓଡ଼ିଶା

କୃଷିଜିବୀ କଲ୍ୟାଣ ସଂଘର ବୈଠକ

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)
କଳାହାଣ୍ଡି ଜିଲା କୃଷିଜିବୀ କଲ୍ୟାଣ ସଂଘର ଆବାହକ ବିଶ୍ୱନାଥ କର ଙ୍କ ଆହ୍ୱାନ କ୍ରମେ ଏକ ଜିଲା ସ୍ତରୀୟ ବୈଠକ ସ୍ଥାନୀୟ ନିୟନ୍ତ୍ରୀତ ବଜାର କମିଟି ସ୍ଥିତ ସମ୍ମିଳନୀ କକ୍ଷରେ ଚାଷୀନେତା ଲକ୍ଷ୍ମଣ ରଣବୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଛି । କଳାହାଣ୍ଡିକୁ ଭୋକର ଭୂଗୋଳ ରୁ ଭାତହାଣ୍ଡି ଭାବରେ ପରିଗଣିତ କରି ପାରିଥିବା ଇନ୍ଦ୍ରାବତୀର ଦକ୍ଷିଣ କେନାଲ ତୁରନ୍ତ ମରାମତି କରିବା ସହିତ ସମସ୍ତ କୃଷିଋଣ ଛାଡ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,କୃଷକ କୁ ପେନସନ ଯୋଗାଇ ଦେବା ଦାବି ପ୍ରତି ସଂଘ ଦୁର୍ବାର ଆନେ୍ଦାଳନ କରିବା କୁ ନିଷ୍ପତ୍ତି ହୋଇଥିଲା । ଅନ୍ୟ ପକ୍ଷରେ ଆସନ୍ତା ୨୨ ତାରିଖ ଦିନ ସଂଘ ପକ୍ଷରୁ ଭୁବନେଶ୍ୱର ରେ ଆନେ୍ଦାଳନରତ ଚାଷୀ ଙ୍କୁ ମସର୍ଥନ ଦେବା ପାଇଁ ଯୋଗଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ଦିର୍ଘଦିନ ଧରି କୃଷିଜିବୀ କଲ୍ୟାଣ ସଂଘ ସ୍ଥାଣୁ ଅବସ୍ଥାରେ ଥିବା ବେଳେ ଏହି ସଂଘର ଆବଶ୍ୟକତା ଉପଲବ୍ଧି କରି ପୁନଶ୍ଚ ସଂଗଠନ କୁ ମଜବୁତ ପାଇଁ ଆନେ୍ଦାଳନ କୁ ସକ୍ରିୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥି ପାଇଁ ଚାଷୀ ଓ ଚାଷୀ ଶ୍ରମିକ ଙ୍କ ସ୍ୱାର୍ଥ ପାଇଁ ଆନେ୍ଦାଳନମାନ ଗଢି ତୋଳିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ବୈଠକରେ ଭବାନୀପାଟଣା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରେମ ରଞ୍ଜନ ପାଣିଗ୍ରାହୀ, ଜୁନାଗଡର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିମନୁ୍ୟ ପଣ୍ଡା, ଗୋଲାମୁଣ୍ଡା ବ୍ଲକରୁ ପ୍ରସନ୍ନ ରାଉତ, କଲମପୁରରୁ ବଜେନ୍ଦ୍ର ମେହେର ସମେତ ଜୁନାଗଡ ଲଙ୍କେଶ୍ୱରୀ କୃଷକ ସଂଗଠନର ସଭାପତି ଅଖିଳ ଚନ୍ଦ୍ର ମେହେର, ପ୍ରକୃତିବନ୍ଧୁ ରମେଶ ନାୟକ, ଚାଷୀନେତା ଯୁଗଳ କିଶୋର ବାଗ, ଯୁଗଳ କିଶୋର ଅଧିକାରୀ, ମହିଳାନେତ୍ରୀ ସୌଦାମିନୀ ସାହୁ, ଦୁଷ୍ମନ୍ତ କୁମାର ପଣ୍ଡା, ପିତାମ୍ବର ରଣା, ସତ୍ୟ ମେହେର, ଗୌରହରି ବାଗ ପ୍ରମୁଖ ଚାଷୀ ନେତା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top