କୃଷିକର୍ମ ହିଁ ଆମ ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣିର ବୀଜମନ୍ତ୍ର, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରଜ ଉତ୍ସବ ଏକ କୃଷି ଭିତ୍ତିକ ତଥା ସାମାଜିକ ପର୍ବ, ଯାହା କେବଳ ଓଡିଶାରେ ହିଁ ପାଳିତ ହୁଏ। କେବଳ ରଜ ଉତ୍ସବ ନୁହେଁ, ଆମର ଅନେକ ପର୍ବପର୍ବାଣି ସଂସ୍କୃତି ଓ ପରମ୍ପରା କୃଷି ଭିତ୍ତିକ ଏବଂ କୃଷିକର୍ମ ହିଁ ଏସବୁର ବୀଜମନ୍ତ୍ର ବୋଲି ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ସହର କଲ୍ୟାଣିନଗରଠାରେ ଆୟୋଜିତ ଏହି ଆସରରେ ଇଂ ଅଭୟ ସୂତାର ପୌରୋହିତ୍ୟ କରିଥିବା ବେଳେ ଡ. ଗୋଲୋକ ଚନ୍ଦ୍ର ସାହୁ ମୁଖ୍ୟଅତିଥି, ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଓ ଅଧ୍ୟାପକ ନୀହାର ରଞ୍ଜନ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଆସରକୁ ସଂକ୍ରାନ୍ତି ପୁରୁଷ, ବ୍ୟାସକବି ଫକିର ମୋହନ ସେନାପତିଙ୍କୁ ଉତ୍ସର୍ଗୀତ କରି ସଂଗଠନର ସଂପାଦକ ଡାକ୍ତର ଅନିଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ରଖିଥିଲେ। ଏହି ଆସରରେ ‘ଆମ ପର୍ବପର୍ବାଣିରେ ରଜୋତ୍ସବ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ଡ. ରାମଚନ୍ଦ୍ର ପଣ୍ଡା, କୃପାସିନ୍ଧୁ ନାୟକ, ସାହିତ୍ୟିକ ବିଭୁତି ଭୂଷଣ ସେନାପତି, ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ରତିକାନ୍ତ ବେହେରା, ଡ. ପ୍ରଭାତ ନଳିନୀ ମହାପାତ୍ର, କବି ସଦାନନ୍ଦ ସାହୁ, ଅଧ୍ୟାପିକା ଭାନୁମତୀ ମାଟିଆ ପ୍ରମୁଖ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଆଲୋଚନାଚକ୍ର ଉପରାନ୍ତେ କବି ବିଜୟ କୁମାର ବହଳୀଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଡ. ଅବନୀ କୁମାର ପ୍ରଧାନ, ମମତାରାଣୀ ଦାଶ, ବାବୁଲାଲ ଦାସ, ରମେଶ ଚନ୍ଦ୍ର ଦାସ, ଶକୁନ୍ତଳା ନାୟକ, ଦୟାନିଧି ବେହେରା, ଅକ୍ଷୟ କୁମାର ଜେନା, ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ବହୁ କବି କିବତା ପାଠ କରିଥିଲେ। ଡ. ଅବନୀ ପ୍ରଧାନ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ବିଭୁତି ଭୂଷଣ ସେନାପତି କବିତା ଗୁଡିକୁ ସମୀକ୍ଷା କରିଥିଲେ। କବି ଆଶୁତୋଷ କରଣ, ଡ. ପ୍ରଭାତ ନଳିନୀ ମହାପାତ୍ର ଓ ରତିକାନ୍ତ ବେହେରାଙ୍କୁ ଶ୍ରେଷ୍ଠ କବି ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ, ସୁଶ୍ରୀ ଅଦିତିପ୍ରଭା ଦାଶ ସ୍ୱାଗତ ସଂଗୀତ, ସତ୍ୟସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମମତାରାଣୀ ଦାଶ ବେଦପାଠ କରିଥିଲେ।

 

 

Leave a Reply

Your email address will not be published. Required fields are marked *