କୃଷକ ମୋର୍ଚ୍ଚା ପକ୍ଷରୁ ପଞ୍ଚୟାତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ

ବ୍ରହ୍ମପୁର;୨୧,ନଭେମ୍ବର,୨୦୧୭(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭାରତୀୟ ଜନତା ପାର୍ଟିର କୃଷକ ସଙ୍ଗଠନ, କୃଷକ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ପଞ୍ଚୟାତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଯାଇଛି। ରାଜ୍ଯ କୃଷକ ମୋର୍ଚ୍ଚା ଉପସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ, ରାଜ୍ଯ ସମ୍ପାଦକ ଶ୍ରୀଞ୍ଜନ ମଙ୍ଗରାଜ, କୃଷ୍ନ ଚନ୍ଦ୍ର ବରାଡ଼,ବିନାୟକ ତ୍ରିପାଠୀ ପ୍ରମୂଖ ଯୋଗଦେଇ ଥିଲେ।ଚାଷ ଫସଲ ନଷ୍ଟ, ସାର ଦୁର୍ନୀତି, ଚାଷୀଙ୍କୁ କ୍ଷତି ପୂରଣ ଦାବି ସମେତ ରାସନ କାର୍ଡ ଦୁର୍ନୀତି, ସ୍ୱଚ୍ଚତା କାର୍ଯ୍ୟକ୍ରମ ଅନୁଯାୟୀ ପାଇଖାନା ଦୁର୍ନୀତି,ସବୁ କ୍ଷେତ୍ରରେ ପିସି କାରବାର ଆଦି ଉପରେ ବକ୍ତା ମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏ ନେଇ ଏକ ଦାବି ପତ୍ର ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *