ଜିଲ୍ଲା ପରିକ୍ରମା

କୃଷକ ନେତାଙ୍କ ସନ୍ଦେହଜନକ ମୃତ୍ୟୁ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମନଗର ଥାନା ନଗୁଆ ପଞ୍ଚାୟତ ପାହିମହୁରା ଗ୍ରାମର ଖଗେଶ୍ୱର ସାହୁ (୫୫)ଙ୍କ ସନ୍ଦେହ ଜନକ ଭାବେ ଆଜି ମୃତ୍ୟୁ ଘଟିଛି। ଖଗେଶ୍ୱର ଗତକାଲି ରାତିରୁ ଘରୁ ପଦାକୁ ଯାଇଥିଲେ ବି ଆଉ ଫେରିନଥିଲେ। ଆଜି ସକାଳେ ଘର ନିକଟସ୍ଥ ଏକ ଗଛରେ ଖଗେଶ୍ୱରଙ୍କ ଝୁଲନ୍ତା ଶବ ପରିବାର ଲୋକ ଦେଖି ଧାମନଗର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇବା ସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ୧୮/୧୮ରେ ରୁଜୁ କରିଛି। ତେବେ ଖଗେଶ୍ୱର ଜଣେ କୃଷକ ନେତା ଥିବାରୁ ତାଙ୍କର ଏହି ଆତ୍ମହତ୍ୟା ଘଟଣାକୁ ଗାଁ ଓ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହନ୍ତି। ପୁଲିସ ଅଧିକ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନାଧିକାରିଣୀ ବନ୍ଦନା ପାତ୍ର ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top