କୃଷକ ତାଲିମ ଶିବିର ଓ ବିହନ ବିତରଣ

କୋରାପୁଟ ୦୩-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ସୋରିଷପଦର ଠାରେ ଜିଲ୍ଲା ରେଡକ୍ରସ ଶାଖା ଆନୁକୁଲ୍ୟରେ ଓ କୃଷି ବିଭାଗ ସହାୟତାରେ କୃଷକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି।କୋରାପୁଟର ଜରୁରୀକାଳୀନ ଭାରପ୍ରାପ୍ତ ଅଧିକାରୀ ଦେବବ୍ରତ କରାତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖେଜୁରୀକୋଟା ଓ ଦଙ୍ଗାରୀଗୁଡା ଗ୍ରାମର ୧୧୬ ଜଣ ହିତାଧିକାରୀମାନଙ୍କୁ ବିଭିନ୍ନ ପ୍ରକାରର ବିହନ ବିତରଣ କରିଥିଲେ।ସେମିଲିଗୁଡା ଏଏଓ ଶୁଭ୍ରଶ୍ରୀ ବନ୍ଦିତା ଯୋଗଦେଇ ଉପସ୍ଥିତ କୃଷକମାନଙ୍କୁ ଚାଷ ସଂପର୍କରେ ତାଲିମ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *