କୃଷକ ଉତ୍ପାଦନ ସଂଗଠନର ସଶକ୍ତିକରଣ ନିମେନ୍ତ କର୍ମଶାଳ

ବୌଦ୍ଧ,୨୬ା୦୩ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଠାରେ ପଲ୍ଲୀ ବିକାଶ କୃଷକ ଉତ୍ପାଦକ କମ୍ପାନି ଲିମିଟେଡ଼େଙ୍କ ପକ୍ଷରୁ ତଥା ଜିଲା ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଧଶକ ବୌଦ୍ଧଙ୍କ ସହଯୋଗରେ କୃଷକ ମାନଙ୍କ ଉତ୍ପାଦନକୁ ସଠିକ୍ ବଜାର ବ୍ୟବସ୍ଥା କରିବା ପାଇଁ ଏକ କୃଷକ ସମାବେଶର ଆୟୋଜନ କରାଯାଇଥିଲା । କୃଷକ ମାନଙ୍କ ସହଯୋଗରେ ନୂତନ ଭାବରେ ଗଠିତ ହୋଇଥିବା ପଲ୍ଲୀ ବିକାଶ ପାଂର୍ମଶ ପଡ଼୍ୟୁସର କମ୍ପାନୀ ଲିମିଟେଡ଼୍କୁ ସଶକ୍ତ କରିବା ନିମନ୍ତେ ଜିଲ୍ଲାର ସମସ୍ତ ଚାଷିଭାଇ ତଥା ସରକାରୀ ପଦସ୍ଥ ଅଧିକାରୀମାନଙ୍କ ସହାୟତାରେ ହୋଇପାରିବ ବୋଲି ସମାବେଶରେ ମତ ପ୍ରକାଶ ପାଇଥିଲା । ଏହି କମ୍ପାନୀ ମାଧ୍ୟମରେ କୃଷକ ମାନେ ନିଜର ଉତ୍ପାଦିତ ଶସ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀର ଉଚିତ ବଜାର ବ୍ୟବସ୍ଥା ତଥା ତାର ଉପ ଯୁକ୍ତ ମୂଲ୍ୟ ପାଇପାରିଲେ କମ୍ପାନୀ ଗଠନର ଲକ୍ଷ୍ୟ ଓ ଉଦେ୍ଦଶ ୍ୟ ସାଧନ ହୋଇ ପାରିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ଚାଷି ନିଜକୁ ଚାଷ କାମରେ ନିୟୋଜିତ କରିପାରିବେ । କୃଷକ ମାନେ ଉନ୍ନତ ତଥା ନୂତନ ଜ୍ଞାନ କୌଶଳ ପ୍ରୟୋଗରେ ଅଧିକ ଅମଳ କରିବା ସହିତ ନିଜର ଅଂଶଧନ କମ୍ପାନୀରେ ବିନିଯୋଗ କରି ନିଜକୁ ବଜାର ବ୍ୟବସ୍ଥାରେ ସାମିଲ୍ କରି ଅଧିକ ଲାଭବାନ ହୋଇ ପାରିବେ ବୋଲି ଯୋଗ ଦେଇଥିବା ଅତିଥିମାନେ ସମସ୍ତଙ୍କୁ ଅବଗତ କରାଇଥିଲେ । ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଧଶକ ବୌଦ୍ଧଙ୍କ ସମେତ ସମସ୍ତ ଅଧିକାରୀ ବରିଷ୍ଠ ବୈଜ୍ଞାନିକ କୃଷିବିଜ୍ଞାନ କେନ୍ଦ୍ର ପାଲଝାର, ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିଦେ୍ର୍ଧଶକ,ଲିଡ଼ ବ୍ୟାଙ୍କ ମ୍ୟାନେଜର, ବିଭିନ୍ନ ଏଗ୍ରୋମିନିଷ୍ଟ, ଖରିପଂ ଓ ରବି ପିଆଜ ପ୍ରସôାହନ ତଥା ପରାମର୍ଶର୍ ଦେଉଥିବା ୱାଲ୍ଡ ଭେଜିଟେବଲ ସେଂଟରର ବୈଜ୍ଞାନିକ, ଓଡ଼ିଶା ଜୀବିକା ମିଶନର କର୍ମକର୍ତା, ଜୈବିକ ଖତକୁ ଅଗ୍ରାଧିକାର ଦେଉଥିବା ଗ୍ରାମବିକାଶର ବିଶାରଦ ମାନେ ତଥା ଚାଷିମାନେ ଏହି ସମାବେଶରେ ଯୋଗ ଦେଇ ନିଜ ନିଜର ମତାମତ ରଖିଥେôଲ । ଚାଷିଙ୍କୁ ଉସôାହିତ କରିବା ପାଇଁ ୱାଲ୍ଡ ଭେଜିଟେବଲ ସେଂଟର ପକ୍ଷରୁ ପ୍ରଶ୍ନୋଉତର କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ଜଣ ପୁରୁଷ ଓ ମହିଳା ଚାଷିଙ୍କୁ ବିଭିନ୍ନ କୃଷି ଉପକରଣ ବଣ୍ଠନ କରାଯାଇଥିଲା । ୩ଟି ପଂଚାୟତରେ ଯୁଗ୍ମ ଜିବିକା ଗ୍ରୁପଙ୍କୁ ଚାଷରେ ସିଂଚନ କରିବା ପାଇଁ ସିଂଚନ ଯନ୍ତ୍ର ପ୍ରଦାନରେ ସହଯୋଗ କରାଯାଇଥିଲା । ପଲ୍ଲୀ ବିକାଶ ପାଂର୍ମସ ପ୍ରଡୂ୍ୟÿୁସର କମ୍ପାନୀର ସମସ୍ତ ନିଦେ୍ର୍ଦଶକ ଓ କର୍ମକର୍ତା ତଥା ଅଂଶଧନ ଦେଇଥିବାକୃଷକ ଭାଇ ଓ ଭଉଣୀ ମାନେ ପ୍ରଡ଼ୁ୍ୟସର କମ୍ପାନୀର ଲକ୍ଷ୍ୟ ଉଦେ୍ଦଶ୍ୟ ,ବଜାର ବ୍ୟବସ୍ଥା ତଥା ଅଂଶଧନର ସୁବ୍ୟବସ୍ଥା କରି ଚଳିତ ଋତୁଉପଯୋଗୀ ତରଭୁଜ, ମାଖନ, ପିଆଜ ଓ ଆମ୍ବକୁ କିପରି ବଜାରରେ ପହଂଚାଇ ଉଚିତ ମୂଲ୍ୟ ପାଇବାରେ ସପଂଳ ହୋଇପାରିବା ବୋଲି ନିଦେ୍ର୍ଧଶକ ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *