ଜିଲ୍ଲା ପରିକ୍ରମା

କୃମିନାଶକ ଅଭିଯାନ ପ୍ରସ୍ତୁତି ବୈଠକ

ସମ୍ବଲପୁର, ୨୩ /୯ (ଓଡ଼ିଆ ପୁଅ) : ସମ୍ବଲପୁର ଜିଲ୍ଲାରେ ହେବାକୁ ଥିବା ଜାତୀୟ କୃମିନାଶକ ଅଭିଯାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୬ ତାରିଖ ଓ ଅକ୍ଟୋବର ୩ ତାରିଖରେ ସମ୍ବଲପୁର ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ୧ ରୁ ୧୯ ବର୍ଷର ବାଳକ ବାଳିକାଙ୍କୁ କୃମିନାଶକ ଔଷଧ ଦିଆଯିବ। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ୱୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିଡିଏମ୍ଓ ଡା. କଲ୍ୟାଣ କୁମାର ଗୁପ୍ତା, ଏଡ଼ିଏମ୍ଓ ଡା. କୁବେର ଚନ୍ଦ୍ର ମହନ୍ତ ଓ ଡା. ପଞ୍ଚାନନ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଡ. ପ୍ରମୋଦ ପଣ୍ଡା, ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡା. ମହେନ୍ଦ୍ର ନନ୍ଦ, ଡିଆଇପିଆରଓ ଦିଲୀପ ସାମନ୍ତରାୟ, ଏନ୍ଏଚ୍ଏମ୍ ଆରସିଏଚ୍ ଡେପୁଟି ମ୍ୟାନେଜର ଅଶ୍ୱିନୀ ମହାନନ୍ଦଙ୍କ ସମେତ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top