କୂଳ ଲଂଘିଲା ସମୁନ୍ଦ୍ର ସମୁନ୍ଦ୍ର ଅଶାନ୍ତ ଓ ଜୁଆରିଆ ରହିଛି

ପୁରୀ:୨୪/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବେଳାଭୂମୀରେ ସମୁନ୍ଦ୍ରକୂଳ ଲଘିଂଛି ପ୍ରବଳ ଜୁଆର ମାଡ଼ରେ ପ୍ରାୟ ୧୫ରୁ ୨୦ ଫୁଟ ଲମ୍ବ ଓ ୩୦୦ ଫୁଟରୁ ଅଧିକ ଓସାର ବେଳାଭୂମୀ ସମୁନ୍ଦ୍ର ମଧ୍ୟକୁ ଚାଲିଯାଇଛି। ଏହା ବେଳାମାର୍ଗ ରାସ୍ତା, ସ୍ୱର୍ଗଦ୍ୱାର ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଦୈନଦିନ ମହୋଦଧି ଆଳତି ପାଇଁ ସାମୟିକ ଭାବେ ସ୍ଥାନ ପରିବର୍ତ୍ତନ କରାଯାଇଛି। ସେପଟେ ଅଶାନ୍ତ ସମୁନ୍ଦ୍ର ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମୀରେ ଥିବା ଅସ୍ଥାୟୀ ଦୋକାନ ପ୍ରତି ବିପଦ ସୃଷ୍ଟି କରିଛି। କେତେକ ଦୋକାନ ସମୁନ୍ଦ୍ର ଜୁଆରରେ ଭାସି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଦୋକାନି କହିବା ମୁତାବକ ୧୦/୧୨ ଦିନ ହେଲା ସମୁଦ୍ର ଅଶାନ୍ତ ରୂପ ଧରିଛି। ପ୍ରବଳ ଜୁଆର ସହ ସୁଉଚ୍ଚ ଢେଉ କୂଳ ଖାଇବାରେ ଲାଗିଛି। ପ୍ରଥମରୁ କିଛି ଅଶଂରେ ଏହା ବେଳାଭୂମୀକୁ ଧୋଇ ନେଇଥିଲା। କିନ୍ତୁ ଧିରେ ଧିରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଯେଉଁଠି ଆରମ୍ଭରୁ ଫୁଟେ ୨ ଫୁଟ ବାଲି ଖାଉଥିଲା ସେଠି ଏବେ ସମୁନ୍ଦ୍ର ବହୁ ଆଗକୁ ମାଡ଼ି ଆସିଛି। ଜୁଆର ଓ ଢେଉ ମାଡ଼ରେ ବେଳାଭୂମୀ ଖାଇ ଯିବା ସହ ୧୫ରୁ ୨୦ଫୁଟ ଆଗକୁ ସମୁନ୍ଦ୍ର ପାଣି ମାଡ଼ି ଆସିଛି। ପରିସ୍ଥିତି ଏପରି ହୋଇଚି ଯେ ସମୁନ୍ଦ୍ର ଆଗକୁ ଗଡ଼ାଣିଆ ଥିଲା ସେଠି ଏବେ ତିବ୍ରରୂପ ଧାରଣ କରିଛି। ସମୁନ୍ଦ୍ର ଜୁଆର ଓ ଢେଉ ପରିମାଣ ବଢିବାରେ ଲାଗିଥିବାରୁ ସ୍ଥାନୀୟ ଲୋକେ ଚିନ୍ତା ଓ ଆତଙ୍କରେ ରହିଛନ୍ତି।

Leave a Reply

Your email address will not be published. Required fields are marked *