କୂଅ ଭିତରୁ ଛେଳି ଚରାଳିର ମୃତ ଦେହ ଉଦ୍ଧାର

ପାଟଣା, ତା୨୨/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସରାସକୋଲା ପଞ୍ଚାୟତ ବାଉଁଶଡିହା ମକାବନ୍ଧ ସାହିର ଏକ କୂଅରେ ପଡି ମଲିପଶି ଗ୍ରାମର ଫଉଦ ବେଣ୍ଟକାର(୫୦) ଙ୍କର ମୃତ୍ୟୁ ଘଟିଛି। ଫଉଦ ବେଣ୍ଟକାର ବାଉଁଶଡିହା ଗ୍ରାମର ଅଙ୍କୁର ପାତ୍ରଙ୍କ ଘରେ ଛେଳି ଚରାଳି ଭାବେ ରହିଥିଲେ। ସେ ଛେଳି ଚରାଇବାକୁ ଯାଇ ଦୁଇ ଦିନ ହେଲା ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ଆଜି ଫଉଦ ର ମୃତ ଦେହ ଏକ କୂଅରେ ଭାସୁଥିବା ଦେଖି ପାଟଣା ଥାନାକୁ ଖବର ଦେବା ପରେ ପାଟଣା ଅଗ୍ନିଶମ ବିଭାଗ ଓ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଛେଦ କରାଇଛନ୍ତି।

Leave a Reply

Your email address will not be published. Required fields are marked *