କୂଅରୁ ଯୁବ ବ୍ୟବସ୍ଥାୟୀଙ୍କ ଶବ ଉଦ୍ଧାର ଘଟଣା, ୨ମୋବାଇଲ ଉଦ୍ଧାର, ଜଣାପଡିପାରେ ମୃତ୍ୟୁ ରହସ୍ୟ

ଯାଜପୁର, ୨୦/୧୦ (ଓଡିଆ ପୁଅ/ମାନସ ରାଉତ)- ଯାଜପୁର ଜିଲାର ଧର୍ମଶାଳା ଥନା ଅନ୍ତର୍ଗତ ନେଉଳପୁର କଦଳା ଗ୍ରାମର ଅଧ୍ୟାପକ ପ୍ରଦୀପ ସାମଲଙ୍କ ପୁଅ ଦେବାଶିଷ ସାମଲ ଓରଫ ବବୁଲୁ (୩୬)ଙ୍କ ମୃତ୍ୟୁ ଦେହକୁ ଶନିବାର ଦିନ ହରିଦାସପୁର ପଂଚାୟତ ସ୍ଥିତ ସେବାସମିତି ମେଡିକାଲ ନିକଟସ୍ଥ କୁମ୍ଭେଇମୂଳ କୂପରୁ ଉଦ୍ଧାର କରାଯାଇଥିଲା ଏନେଇ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଉଠାଯାଇ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଶବ ଜବତ ଯାଜପୁର ପଠାଇଥିଲା। ଆଜି ଉକ୍ତ କୂଅକୁ ଦୁଇଟି ବଡ ପାଣି ମୋଟର ଲଗାଇ ଶୁଖାଇଯାଇଥିଲା। ପାଣି ଶୁଖିବା ପରେ କୂଅରୁ ବବୁଲ ବ୍ୟବହାର କରୁଥିବା ଗୋଟିଏ ସାମସଙ୍ଗ୍ ମୋବାଇଲ ଏବଂ ଅନ୍ୟ ଗୋଟିଏ ଆଣ୍ଡ୍୍ରଏଡ୍ ମୋବାଇଲକୁ ଜବତ କରିଛି। ଏଥିସହିତ ଗତକାଲିଠାରୁ ଭାସୁଥିବା ଚପଲ ମଧ୍ୟ ଆଜି ପୋଲିସ ଜବତ କରିଛି। ଏପରକି ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ପରିବାରବର୍ଗ ଏବଂ ତାଙ୍କ ସାଙ୍ଗସାଥିଙ୍କୁ ସହିତ ପଚାର ଉଚାର କରିଛି। ତେବେ ଏନେଇ ଗତକାଲି ଠାରୁ ରବିବାର ପ୍ରର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ନାନା ଗୁଞ୍ଜରଣ ସୃଷ୍ଟି ହେବାରେ ଲାଗିଛି। ଅନେକ ଲୋକ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି କହିବା ସହିତ ମୋବାଇଲୁ କିଛି ତଥ୍ୟ ମିଳିପାରିବ ବୋଲି ଆଶା କରିଛନ୍ତି। ଯଦି ହତ୍ୟାକାଣ୍ଡ ହୋଇଥାଏ ତେବେ ତାଙ୍କ ସହିତ ସେଠାରେ ଆଉ କିଏ କିଏ ଥିଲେ? ଯଦି ପଣିରେ ପଡିଲେ ତେବେ ସେ ଜିଭ କାମୁଡିଥିବାର ଦେଖାଯାଇଥିଲା କଣ ପାଇଁ। ଗାଡିର ସୁଇଚ୍ ଅନ୍ କଣ ପାଇଁ ରହିଥିଲା। ଏପରିକି ମୋବାଇଲ ୨ଟି ଯାକ କିଭଳି ପାଣିରେ ପଡିଲା? ଏଭଳି ଅନେକ ଅସୀମ ପ୍ରଶ୍ନ ତାହାର ହତ୍ୟା କାଣ୍ଡା ପାଇଁ ବଳିଷ୍ଠ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ପରଦା ଉଠିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏପ୍ରର୍ଯ୍ୟନ୍ତ ଏହି ଘଟଣା ଉପରେ ପୋଲିସ ହାତରେ କୌଣସି ଠୋସ୍ ପ୍ରମାଣ ଲାଗିନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *