କୂଅରୁ ଉଦ୍ଧାର ଭାଲୁ କୁ ଜଙ୍ଗଲ ରେ ଛାଡିଲା ବନବିଭାଗ

ପାଟଣା, ତା୧୧/୦୨(ଓଡିଆ ପୁଅ/ଅଭିମନ୍ୟୁ) ଏକ ପଥର କୂଅରେ ଖସିପଡିଥିବା ଭାଲୁକୁ ଆଜି ବନବିଭାଗ ଓ ଅଗ୍ନିଶମ ବିଭାଗ ଦ୍ୱାରା ଉଧାର ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ବ୍ଲକ ଶଂଖୁଆ ପଞ୍ଚାୟତ ବୁଢ଼ାବଣ ଗ୍ରାମର ଏକ ପଥର କୂଅରେ ଗତକାଲି ସନ୍ଧ୍ୟାରେ ଖାଦ୍ୟ ଅନ୍ବେଷଣରେ ଆସିଥିବା ଭାଲୁଟି ଖସିପଡିଥିଲା। ତେବେ ଆଜି ଖବର ପାଇ ପାଟଣା ରେଞ୍ଜର ମୁକ୍ତିକାନ୍ତ ରାୟମହାପାତ୍ର, ବନପାଳ ଭୂପତି କୁମାର ସେଠୀ ଓ ସାହାରପଡା ବନପାଳ ସୁକୁମାର ଜେନା ପ୍ରମୁଖ ଙ୍କ ସହ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛଡିଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *