ଜିଲ୍ଲା ପରିକ୍ରମା

ଓଡ଼ିଆ ପୁଅର ପ୍ରଭାବ – କୁ.ଗୁମ୍ମା ମହାବିଦ୍ୟାଳୟରେ ରକ୍ତଦାନ ଶିବିର, ୧୦୨ ୟୁନିଟ ରକ୍ତ ସଂଗ୍ରହ

ମାଲକାନଗିରି, ୨୩ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସଦର ମହକୁମା ରକ୍ତ ଭଣ୍ଡାରରେ ଗତ କିଛି ଦିନ ହେଲା ରକ୍ତ ଅଭାବ ଦେଖାଦେଇଛି। ଏ ସଂପର୍କରେ ଓଡିଆ ପୁଅରେ ସମ୍ବାଦ ପ୍ରକାଶିତ ହେବାପରେ ବିଭିନ୍ନ ସଂସ୍ଥା ପକ୍ଷରୁ ରକ୍ତଦାନ ଶିବିର କରାଯାଇ ରକ୍ତ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ମାଲକାନଗିରି ଜିଲ୍ଲାସ୍ଥ କୁଡୁମୁଲୁଗୁମ୍ମା ଠାରେ ଥିବା ଡାରୋଇନ ଡିଗ୍ରୀ କଲେଜର ଏନଏସଏସ ସଂସ୍ଥା ପକ୍ଷରୁ ଆଜି ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏସଡିପିଓ ମାନସ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ନିଜେ ରକ୍ତଦାନ କରି ଏହି ଶିବିରକୁ ଉଦଘାଟନ କରିଥିଲେ।

ଏହି ଶିବିରରେ ଜିଲ୍ଲା ଏନଏସଏସ ପରିଚାଳକ ସରୋଜ କୁମାର ମହାପାତ୍ର, ଓରକେଲ ଥାନା ଆଇଆଇସି ସୁମିତ୍ରା ଜେନା, ଜିଲ୍ଲା ରକ୍ତଭଣ୍ଡାର ଡାକ୍ତର ସନ୍ତୋଷ କୁମାର ସେନାପତି, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ରକ୍ତଦାନର ମହତ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ଶିବିରରେ କଲେଜ ଛାତ୍ର ଛାତ୍ରୀ ଅଧ୍ୟାପକ, ସ୍ୱଚ୍ଚେସେବୀମାନେ ରକ୍ତଦାନ କରିଥିଲେ। ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସୂଚନା ଯୋଗ୍ୟ ଯେ ଆଜି ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଓ ପଜେଟିଭ୍ ଗୃପ ୫୧ଟି, ଓ ନେଗେଟିଭ୍ ୧ଟି, ଏ ପଜେଟିଭ୍ ୫୨ ଟି, ଏ ନେଗେଟିଭ୍ ଗୃପ ନାହିଁ, ବି ପଜେଟିଭ୍ ଗୃପ ୨୨ଟି, ବି ନେଗେଟିଭ୍ ଗୃପ ୨ ୟୁନିଟ ରକ୍ତ ଗଛିତ ଥିବାବେଳେ ଏ ବି ପଜେଟିଭ୍ ଗୃପ ୧ଟି, ଏ ବି ନେଗେଟିଭ୍ ଗୃପ ରକ୍ତ ଗଛିତ ନଥିବାର ଜଣାପଡିଛି। ମାସକୁ ପ୍ରାୟ ୨୦୦ରୁ ୩୦୦ ୟୁନିଟ ରକ୍ତର ଆବଶ୍ୟକତା ପଡୁଥିବା ବେଳେ ଆଜି ମାତ୍ର ୧୨୭ ୟୁନିଟ ରକ୍ତ ଗଛିତ ରହିଛି। ଆଜି ରକ୍ତଦାନ ଶିବିରରେ ୧୦୨ୟୁନିଟ ରକ୍ତସଂଗ୍ରହ ହୋଇଥିବାରୁ ରକ୍ତଭଣ୍ଡାରରେ ୨୨୯ ୟୁନିଟ ରକ୍ତଗଛିତ ହୋଇଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top