କୋରାପୁଟ

କୁସୁମି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୧୦-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତମାସ ୨୧ତାରିଖରେ କୋଟପାଡ ଥାନା କୁସୁମୀ ରେଳ ଧାରଣାରୁ ମିଳିଥିବା ନାବାଳକ /ନାବାଳିକାଙ୍କ ମୃତଦେହକୁ କୋରାପୁଟ ରେଲବାଇ ଆତ୍ମହତ୍ୟା ବୋଲି ମାମଲା ରୁଜୁ କରି ଚୁପ ବସି ରହିଛି, କିନ୍ତୁ ପ୍ରକୃତରେ ତାହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ହତ୍ୟାକାରୀ ମାନଙ୍କୁ ତୂରନ୍ତ ଗିରଫ କରିବାକୁ ଗ୍ରାମବାସୀ ଜିଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଜୁନ ୨୧ ତାରିଖରେ କୋଟପାଡ ଥାନା କୁସୁମୀ ରେଳ ଷ୍ଟେସନ ଠାରୁ କିଛି ଦୂରରେ ଦୁଇଜଣ ନାବାଳକ /ନାବାଳିକାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା। ମୃତକମାନେ କୁସୁମୀ ପଂଚାୟତ ମୁଣ୍ଡିପଦର ଗ୍ରାମର ପର୍ଶୂରାମ ମୁଦୁଲି(୧୭) ଓ ଭାନୁମତି ମୁଦୁଲି(୧୩) ବୋଲି ଚିହ୍ନଟ ହୋଇଥିଲେ। ତେବେ ସେତେବେଳେ ଏହା ଏକ ଆତ୍ମହତ୍ୟା ବୋଲି ପ୍ରଚାର ହୋଇଥିବାରୁ ରେଲବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତ ଭାନୁମତି ଫୁଲମତି ମୁଦୁଲି ନାମ୍ନୀ ଜଣେ ଝିଅ ଓ ପଡୋଶୀ ମୁକ୍ତା ମୁଦୁଲି ନାମ୍ନୀ ଜଣେ ମହିଳାଙ୍କ ସହ ୨୦ ତାରିଖ ଅପରାହ୍ନ୍ନ ୩ଟାରେ କୁସୁମୀ ସାପ୍ତାହିକି ହାଟକୁ ଯାଇଥିଲୋ। ହାଟରୁ କିଣାକିଣି ସାରି ତାଙ୍କ ଗ୍ରାମର ପର୍ଶୂରାମ ସହ ମିଶି ତିନିଜଣ ୭ଟାରେ ଗାଁକୁ ଫେରୁଥିବାବେଳେ ଜାମୁଣ୍ଡା ଗ୍ରାମର ମନ ପରଜା ଓ ଅନ୍ୟ ଦୁଇଜଣ ଯୁବକ ସେମାନଙ୍କୁ ପିଛା କରୁଥିଲେ। କିଛି ବାଟ ଯିବା ପରେ ମୁକ୍ତା ମୁଦୁଲି ପର୍ଶୂରାମର ମୋବାଇଲ ଫୋନ ମାଗି କାହା ସହ କଥା ହେବା ପରେ ଭାନୁମତି ଓ ଫୁଲମତିକୁ କେନାଲ ହୁଡାକୁ ଯିବା ପାଇଁ କହିଥିଲେ। କିନ୍ତୁ ଫୁଲମତି ମୁକ୍ତାର କଥା ନଶୁଣି ଦୌଡି ପଳାଇ ଥିବାବେଳେ ଭାନୁମତି କେନାଲ ହୁଡାକୁ ଯାଇଥିଲା। ଏହା ପରେ ୨୧ତାରିଖ ସକାଳ ୯ଟାରେ ଗ୍ରାମବାସୀ କୁସୁମୀ ରେଳ ଧାରଣା କଡରେ ପର୍ଶୂରାମ ଓ ଭାନୁମତିର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ଭାନୁମତିର ବେକରେ ଓଢଣି ବନ୍ଧା ହୋଇଥିବାବେଲେ ଉଭୟଙ୍କ ଶରୀରରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଜିଆରପି ପୋଲିସ ଠାରୁ ସୂଚନା ପାଇ କୋଟପାଡ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପର୍ଶୂରାମ ଓ ଭାନୁମତିକୁ ମୁକ୍ତା ମୁଦୁଲି, ମନ ପରଜା ଓ ମନ ପରଜାର ଅନ୍ୟ ଦୁଇ ସହଯୋଗୀ ଯୋଜନାବଦ୍ଧ୍ ଭାବେ ହତ୍ୟା କରି ରେଳ ଧାରଣା କଡରେ ପକାଇ ଦେଇଛନ୍ତି, ତେଣୁ ଘଟଣାକୁ ଏକ ହତ୍ୟା ମାମଲା ଭାବେ ଗ୍ରହଣ କରି ସେମାନଙ୍କୁ ତୂରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ବିଜେପି ସଭାପତି ବିଜୟ ମିଶ୍ର, ନଗର ସଭାପତି ସଂଜୀବ କୁମାର, ବିଜେପି ନେତା ଅଶ୍ୱିନୀ ପଟ୍ଟନାୟକ, ସନ୍ତୋଷ ଦାଶ ଓ ଗ୍ରାମର ଗୌରୀ ମୁଦୁଲି, ଅର୍ଜୁନ ଭତ୍ରା, ସଦନ ଭତ୍ରାଙ୍କ ସମେତ ଶତାଧିକ ମହିଳା ପୁରୁଷ କୋରାପୁଟରେ ଜିଲାପାଳ ଓ ଏସପିଙ୍କୁ ଭେଟି ହତ୍ୟାକାରୀ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଗତମାସ ୨୦ ତାରିଖଦିନ ଆମ୍ଭର ପିଲାମାନେ ଗ୍ରାମର ମୁକ୍ତା ସଙ୍ଗେ ହାଟକୁ ଯାଇଥିଲେ କିନ୍ତୁ ମୁକ୍ତା ଘରକୁ ଫେରିଲା ଓପର୍ଶୁରାମ ଏବଂ ଭାନୁବତୀ ଫେରି ନ ଥିଲେ ବୋଲି ପର୍ଶୁରାମର ବାପା ସନା ମୁଦୁଲି ପ୍ରକାଶ କରିଥିଲେ।୨ ଜଣଙ୍କ ମାରି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ। କୋଟପାଡ ପୋଲିସ ଓ କୋରାପୁଟ ରେଲବାଇ ପୋଲିସ ଘଟଣାର ତଦନ୍ତ କରିଥିଲେ ଓ ସାକ୍ଷୀମାନେ ଦୋଷୀମାନଙ୍କର ନାମ କହିବା ସତ୍ତ୍ୱେ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନ ଥିବା ଗ୍ରାମର ଅର୍ଜୁନ ଭତ୍ରା ସୂଚନା ଦେଇଛନ୍ତି। ଭାନୁବତୀ ଓ ପର୍ଶୁରାମକୁ ହତ୍ୟା କରାଯାଇଥିବା ଭାନୁବତୀର ବାପା ମେଟା ମୁଦୁଲି ଅଭିଯୋଗ କରିଛନ୍ତି। ଏ ବାବଦରେ ଯାହା ଯାହା ପ୍ରମାଣ ଅଛି ତାହାକୁ ତଦନ୍ତ ଅଧିକାରୀଙ୍କୁ ପ୍ରଦାନ କରିବାକୁ ଗ୍ରାମବାସୀଙ୍କୁ କୁହାଯାଇଥିବା କୋରାପୁଟ ଅତିରିକ୍ତ ଏସପି ଭି .ଆର.ରାଓ ସୂଚନା ଦେଇଛନ୍ତି।ଏ ମାମଲାରେ କୋରାପୁଟ ପୋଲିସ ପୁର୍ଣ୍ଣମାତ୍ରାରେ ସହଯୋଗ କରିବ ବୋଲି ସେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top