ଜିଲ୍ଲା ପରିକ୍ରମା

କୁଷ୍ଠ ନିରାକରଣ ସଚେତନତା ପକ୍ଷ ପାଳିତ ଭଦ୍ରକ ଜିଲାରେ ଚିହ୍ନଟ ହୋଇଛନ୍ତି ୧୧୪୭ କୁଷ୍ଠରୋଗୀ

ଭଦ୍ରକ, ୧୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲାରେ ୫ବର୍ଷ ମଧ୍ୟରେ କୁଷ୍ଠରୋଗୀଙ୍କ ସଂଖ୍ୟା ୧୧୪୭ ଚିହ୍ନଟ କରାଯାଇଅଛି। ସେଥିମଧ୍ୟରୁ ୯୮୯ରୋଗୀଙ୍କୁ ଏମ୍ଡିଟି ବଟିକା ସେବନ କରିବା ଫଳରେ ରୋଗମୁକ୍ତ ହୋଇଛନ୍ତି। ଅବଶିଷ୍ଟ ୧୫୮ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଭଦ୍ରକ ଜିଲାରେ ପ୍ରତି ଦଶହଜାର ଲୋକ ସଂଖ୍ୟାରେ ଏକରୁ କମ୍ ରୋଗୀ ଏହି ରୋଗରେ ଚିକିତ୍ସାଧୀନ ଅଛନ୍ତି। ବିକଳାଙ୍ଗ ରୋଗୀଙ୍କୁ ମାଗଣାରେ ଅସ୍ତ୍ରୋପଚାର କରାଯାଇ ଆଠଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏଥିସହ ପ୍ରତି ବ୍ଲକରେ କୁଷ୍ଠ ରୋଗୀଙ୍କ ପାଇଁ ଚିକିତ୍ସାକେନ୍ଦ୍ର ସହ ରୋଗୀଙ୍କୁ ମାଗଣାରେ ଚପଲ ଓ କ୍ଷତ ଚିକିତ୍ସା ପାଇଁ ମାଗଣାରେ ଔଷଧ କିଟ୍ ପ୍ରଦାନ କରାଯାଉଛି ବୋଲି ଭଦ୍ରକ ଜିଲା ସ୍ୱାସ୍ଥ୍ୟସମିତି ପକ୍ଷରୁ ଜାତୀୟ କୁଷ୍ଠ ନିରାକରଣ ସଚେତନତା ପକ୍ଷ ଉଦଯାପନ ଅବସରରେ ସୂଚନା ଦିଆଯାଇଛି। ଜିଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମହମ୍ମଦ ଅବଦୁଲ ରସିଦ୍, ଜିଲା କୁଷ୍ଠ ରୋଗ ଅଧିକାରୀ ଡା. ଭାସ୍କରଚନ୍ଦ୍ର ସେଠୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ଆଶାଲତା ମହାନ୍ତି, ଜିଲା ଶିକ୍ଷା ଅଧିକାରୀ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲା ମେଲେରିଆ ଅଧିକାରୀ, ଜିଲା ପ୍ରୋଗ୍ରାମ ମ୍ୟାନେଜର ଓ କୁଷ୍ଠରୋଗ ବିଭାଗର କର୍ମକର୍ତା ଯୋଗଦେଇଥିଲେ। ଭଦ୍ରକ ଜିଲାକୁ କିପରି କୁଷ୍ଠରୋଗରୁ ସଂପୂର୍ଣ୍ଣ ମୁକ୍ତ କରାଯାଇପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ। ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ଜାନୁଆରୀ ୩୦ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସଠାରୁ ଜାତୀୟ କୁଷ୍ଠରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଫେବୁଆରୀ ୧୩ ପର୍ଯ୍ୟନ୍ତ ଏକପକ୍ଷ ‘ସ୍ପର୍ଶ’ ନାମରେ ପାଳନ କରାଯାଇଥାଏ। ଏହି ଅବସରରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ରାନ୍ଦିଆସ୍ଥିତ କୁଷ୍ଠ କଲୋନିରେ କମ୍ବଳ, ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ସେହିପରି ପଞ୍ଚାୟତସ୍ତରରେ ବିଦ୍ୟାଳୟଗୁଡିକରେ ପ୍ରାର୍ଥନା ସଭାରେ କୁଷ୍ଠମୁକ୍ତ ଭାରତ ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ ଓ ଶପଥପାଠ କରାଯାଇଥିବା ସୂଚନା ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top