ଓଡ଼ିଶା

କୁଷ୍ଠ କଲୋନୀକୁ କୃଷ୍ଣ ଭରସା! କଲୋନୀ ବାସିନ୍ଦାଙ୍କୁ ସାକ୍ଷାତ କଲେ ଜିଲ୍ଲା କଂଗ୍ରେସ ଏସସି ସେଲ ଅଧ୍ୟକ୍ଷ

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହର ରାଉରକେଲା ସ୍ମାର୍ଟସିଟି ଯଦିଓ ହୋଇ ସାରିଛି। ତଥାପି ଏଠାରେ ଥଇବା ବହୁ ବସ୍ତି ଓ କଲୋନୀ ଏବେବି ସମସ୍ୟାରେ ଉବୁଟୁବୁ ହେଉଥିବା ସ୍ପଷ୍ଟ ବାରି ହୋଇପଡୁଛି। ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ସମସ୍ୟାରେ ଘାଟିଂ ହେଉଛନ୍ତି ବସ୍ତି ବାସିନ୍ଦା। ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପାଲୀ ନିକଟ କୁଷ୍ଠ କଲୋନୀକୁ ଦେଖିଲେ ସ୍ପଷ୍ଟ ବମାରି ହୋଇ ପଡ଼ୁଛି। ଏହି କଲୋନୀଟି ବହୁ ବର୍ଷରୁ ଗଢି ଉଠିଛି। କଲୋନୀରେ ୮୦ରୁ ୯୦ ଘର ଥିବା ବେଳେ ପାଖାପାଖି ୪୦୦ ଲୋକ ବସବାସ କରନ୍ତି। ସହରତଳି ଅଂଚଳରେ ଥିବା ଏହି ବସ୍ତିର ଦୁଃଖ କହିଲେ ନସରେ। ବସ୍ତି ବାସିନ୍ଦା ମାନେ ବସ୍ତିର ବିଭିନ୍ନ ସମସ୍ୟା ସମ୍ପର୍କରେ ପୂର୍ବରୁ ସ୍ଥାନୀୟ ପ୍ରଶାସନ ତଥା ରଘୁନାଥପାଲୀ ବିଧାୟକଙ୍କୁ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାରୁ ଅନ୍ତ ମିଳିପାରି ନାହିଁ ବୋଲି କୁଷ୍ଠ ବସ୍ତିର ଜଣେ ବରିଷ୍ଠ ବ୍ୟକ୍ତି ମତ ଦିଅନ୍ତି। ସାରା ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଆଗେଇ ଚାଲିଥିବା ବେଳେ, ଏଠି ସ୍ୱଚ୍ଛତାର ପରିଭାଷା କିଛି ଅଲଗା। ବସ୍ତିରେ ଶୋøଚାଳୟ ପାଇଁ ଏଯାଏ ପ୍ରଶାସନିକ ଅନୁମତି ମିଳିପାରିନାହିଁ ବୋଲି ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଶୌଚାଳୟ ନଥିବାରୁ ବସ୍ତିବାସିନ୍ଦା ମାନେ ବାହାରେ ଶୌଚ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ବାହାରେ ମଳ ତ୍ୟାଗ କରୁଥିବା ବେଳେ ବାହ୍ୟଜନ୍ତୁଙ୍କ ଭୟ ମଧ୍ୟ ଘାରୁଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଗରିବ ବସ୍ତି ବାସିନ୍ଦାଙ୍କୁ ବିଜୁଳି ସୁବିଧା ପ୍ରଦାନ କରାଯାଉଥିବା ବେଳେ, କୁଷ୍ଠ କଲୋନୀର ପ୍ରାୟ ଘରେ ବିଜୁଳି ବ୍ୟବସ୍ଥା ପହଂଚି ପାରିନାହିଁ। ବସ୍ତିଲୋକେ ଗଛରେ ବିଜୁଳି ତାର ବାନ୍ଧି ବିପଦଜନ୍ନକ ଭାବେ ବିଜୁଳି ସଂଯୋଗ କରିଥିବା ପ୍ରକାଶ କରିଛନ୍ତି। ଏପରିସ୍ଥଳେ, କେତେବେଳେ ଯେ, ଦୁର୍ଘଟଣା ଘଟି ଧନଜୀବନ ହାନି ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଗତକାଲି ଏହି ସମସ୍ତ ସମସ୍ୟା ପ୍ରତି ରାଉରକେଲା ଜିଲା କଂଗ୍ରେସ ଅନୂସୂଚିତ ବିଭାଗ (ଏସସି ସେଲ)ର ଅଧ୍ୟକ୍ଷ ସନ୍ତୋଷ ତନ୍ତୀ ଅବଗତ ହେବାପରେ ଏସି ସେଲର ଅନ୍ୟାନ ସଦସ୍ୟ ମାନଙ୍କ ସହ କୁଷ୍ଠ କଲୋନୀ ପରିଦର୍ଶନ କରି ସମସ୍ତ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ବହୁ ସମସ୍ୟାରେ ବସ୍ତିଟି ଥିବା ସତ୍ୱେ ପ୍ରଶାସନ ଏହି ବସ୍ତି ପ୍ରତି ଦୃଷ୍ଟି ନଦେବାରୁ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ କୁଷ୍ଠ ବସ୍ତିର ସମସ୍ୟା ଗୁଡ଼ିକ ସମାଧାନ କରିବା ଲାଗି ସେ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ବସ୍ତିବାସିନ୍ଦାଙ୍କୁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ପ୍ରଧାନ, ମହିଳା ସଭାନେତ୍ରୀ ପ୍ରଭାତୀ ମିଶ୍ର, ସମ୍ପାଦକ ପ୍ରଫୁଲ୍ଲ କଂସାରୀ, ଏସସି ସେଲ ଭାଇସ ଚେୟାରମ୍ୟାନ ଅରୁଣ ଜୟପୁରିଆ, ରାଜୁ ମହାନନ୍ଦିଆ, ରବି କାରିହାଲି, ସୁନୀଲ ସୁନିଲ ବିଭାଗ, ବିଜୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top