କୁଶମାଳ ଗାଁ ରେ ପାନିୟଜଳ ସମସ୍ୟା ଦୂରହେବ କେବେ

ଖଡିଆଳ/ନୂଆପଡା-୦୮.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରୁ ମାତ୍ର ୫କି.ମି ଦୂରତାରେ ରହିଛି ବିରିଘାଟ ଗ୍ରାମ ପଂଚାୟତର କୁଶମାଳ ଗାଁ । ଏହି ଗାଁଟି ପାହାଡିଆ ପଥୁରିଆ ଅଂଚଳ ହୋଇଥିବାରୁ ଗ୍ରୀଷ୍ମ ମାସରେ ପ୍ରବଳ ଖରା ହେବା ସହ ଜଳସ୍ତର ହ୍ରାସ ପାଇଥାଏ । ଏହି କୁଶମାଳ ଗାଁରେ ୨ହଜାରରୁ ଉଦ୍ଧ୍ୱର୍ ଗରିବ ଶ୍ରେଣୀର ଲୋକ ବାସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ୩ ଗୋଟି ନଲକୂପ ରହିଛି ।ତନ୍ମଧ୍ୟରୁ ଗୋଟିଏ ନଳ କୂଅ ଅଚଳ ହୋଇ ପଡିଥିବା ବେଳେ ଅନ୍ୟ ଦୁଇଟି ନଲକୂପରେ ଫ୍ଲୋରାଇଡଯୁକ୍ତ ଦୂଷିତପାଣି ବାହାରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତିା ଏବେ ଦିନକୁ ଦିନ ଖରାତାତି ବଢି ଚାଳିଥିବା ବେଳେ ପାନିୟ ଜଳ ପାଇଁ କୁଶମାଳ ଗାଁଲୋକେ ଡହକ ବିକଳ ହେଉଛନ୍ତି । କୁଶମାଳ ଗାଁରେଥିବା ନଈନାଳା ଓ ପୋଖରୀ ପାଣି ଶୁଖି ଯାଇଥିବା ବେଳେ ପ୍ରଶାସନ ତରଫରୁ ପାଇପ ଯୋଗେ ସୁନ୍ଦର ନଦୀରୁ ଜଳ ଯୋଗାଣ ବ୍ୟବସ୍ଥା ଏଯାଏଁ ହୋଇ ପାରିନାହିଁ ।ଯାଫଳରେ ପ୍ରତିଦିନ ଟାଣଖରାରେ ବିପଦ ପୂର୍ଣ ଅବସ୍ଥାରେ କୁଶମାଳ ଗାଁର ଛୁଆଠାରୁ ବୟସ୍କ ସମସ୍ତ ମହିଳାମାନେ ଗାଁରୁ ୧କି.ମି.ଦୂରତାକୁ ଯାଇ ଟାଣଖରାରେ ଘଂଟାଘଂଟା ଧରି ଅପେକ୍ଷା କରି ସୁନ୍ଦର ନଦୀବାଲିରେ ଚୁଆଁ ଖୋଳି ଦୂଷିତ ଜଳକୁ ସଂଗ୍ରହ କରୁଛନ୍ତି । ଏହି ଚୁଆଁ ର ଦୂଷିତ ପାନିୟ ଜଳ ସଂଗ୍ରହ କରି ପିଇବା ଦ୍ୱାରା ଅନେକ ଶିଶୁ ଓ ମହିଳାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଅସୁବିଧାର ହେଉଥିବା ସ୍ଥାନିୟ ମହିଳାମାନେ କହିଛନ୍ତି । ଖଡିଆଳ ବ୍ଲକ ବିରିଘାଟ ଗ୍ରାମ ପଂଚାୟତର କୁଶମାଳ ଗାଁରେ ଦିନକୁ ଦିନ ଗରମ ତାତି ବଢିବା ସହ ପାନୀୟ ଜଳର ମଧ୍ୟ ଉକ୍ରଟ ସମସ୍ୟାା ଦେଖାଦେଇଛି । ପାନୀୟ ଜଳ ସହ ସ୍ଥାନିୟ ଲୋକମାନେ ଗାଧୋଇବା ପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି କୁଶମାଳ ପ୍ରାଥମିକ ବିଦ୍ୟାଳୟରେଥିବା ନଳକୂଅ ଅଚଳ ହୋଇପଡିଥିବାରୁ ସ୍କୁଲର କୋମଳମତି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇିବାପରେ ପାଣିପିଇବା ପାଇଁ ଡହକବିକଳ ହେଉଥିବା ଦେଖିବାକୁ ମିଳିଥିବା ବେଳେ ଛାତ୍ରଛାତ୍ରୀମାନେ ନିଜେ କୂଅରୁ ଦୈାଡିରେ ବାଲଟି ଦ୍ୱାରା ପାଣି କାଢୁଥିବା ଦୃଶ୍ୟ ଦେଖିବାକୁମିଳିଥିଲା । ଅପରପକ୍ଷେ, କୁଶମାଳ ଗାଁର ପାନୀୟ ଜଳର ଅଭାବ ଦୂର କରିବା ପାଇଁ ପ୍ରଶାସନ ତଥା ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ନିକଟସ୍ଥ ସୁନ୍ଦର ନଦୀରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଦୀର୍ଘ ଦିନରୁ ସର୍ଭେ କାମ ଶେଷ ହୋଇସାରିଛି ।ହେଲେ କୁଶମାଳ ଗାଁକୁ ଏଯାଏଁ ପାଇପ ଯୋଗେ ଜଳ ଯୋଗାଣ କରାଯାଇ ନାହିଁ ।ଅପରପକ୍ଷେ,ଗାଁରେ ପାନିୟ ଜଳ ପାଇଁ କୈାଣସି ବିକଳ୍ପ ବ୍ୟବସ୍ଥାନଥିବାରୁ ନଲକୂଅରେ ମାତ୍ରାଧିକ ଫ୍ଲୁରାଇଡ ଅଂଶ ରହିଥିବା ସତ୍ୱେ ସ୍ଥାନିୟ ମହିଳାମାନେ ବାଧ୍ୟ ହୋଇ ନଳକୂଅ ସମେତ ସୁନ୍ଦର ନଦୀବାଲିରେ ଚୁଆଁ ଖୋଳି ଦୂଷିତ ଜଳକୁ ସଂଗ୍ରହ କରିଚଳୁଛନ୍ତି । ଏନେଇ କୁଶମାଳ ଗ୍ରାମବାସୀ ବିରିଘାଟ ଗ୍ରାମ ପଂଚାୟତର ସରପଂଚ ସମେତ ଖଡିଆଳ ବିଡିଓ ଓ ସ୍ଥାନିୟ ଜନସ୍ୱାସ୍ଥ୍ୟ ବିଭାଗକୁ ନଦୀରୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ପ୍ରଶାସନ ତରଫରୁ ଏଯାଏଁ କୁଶମାଳ ଗାଁରେ ପାନୀୟ ଜଳର ବ୍ୟବସ୍ଥା କରାଯାଇ ନାହିଁ ।ତେବେ ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନହେଲେ ଖଡିଆଳ ବ୍ଲକ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ସ୍ଥାନିୟ ଲୋକମାନେ ଚେତାବନୀ ଦେଇଛନ୍ତି ।ଅପରପକ୍ଷେ, ଖଡିଆଳ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନତ୍ରୀ କୁଶମାଳ ଗାଁକୁ ଖୁବ ଶୀଘ୍ର ମେଘା ପ୍ରୋଜେକ୍ଟ ମାଧ୍ୟମରେ ତିଖାଲି ଡ୍ୟାମରୁ ପାଇପ ଯୋଗେ ଜଳ ଯୋଗାଣ କରାଯିବା ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *