ଜିଲ୍ଲା ପରିକ୍ରମା

କୁଳମଣି ଜେନା ପାଇବେ ‘ବାଞ୍ଛାାନିଧି ମହାନ୍ତି ସ୍ମାରକୀ ସମ୍ମାନ’

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚଳିତ ବର୍ଷ ସମ୍ମାନ ଜନକ ‘ବାଞ୍ଛାାନିଧି ମହାନ୍ତି ସ୍ମାରକୀ ସମ୍ମାନ’ ବିଶିଷ୍ଟ କବି କୁଳମଣି ଜେନା ପାଇବେ। ଜାତୀୟ କବି ବାଞ୍ଛାାନିଧି ମହାନ୍ତି ସ୍ମୃତି ପରିଷଦ ଭଦ୍ରକ ଓ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୀ ଜେନାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି। ଆସନ୍ତା ୨୦ ତାରିଖର ସ୍ୱର୍ଗତ ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବା ବୋଲି ମନୋନୟନ କମିଟି ପକ୍ଷରୁ ସୂଚନା ଦିଆ ଯାଇଛି। ପ୍ରକାଶ ଯେ, ଉକ୍ତ ସମ୍ମାନ ଦୀର୍ଘ ୫ ବର୍ଷ ଧରି ପ୍ରତିବର୍ଷ ସ୍ମୃତି ପରିଷଦ ପକ୍ଷରୁଚ ପ୍ରଦାନ କରାଯାଇ ଆସୁଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top