ଗଜପତି

କୁରେଇଶୁଣୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ପାରଳାଖେମୁଣ୍ଡି,୨୪ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରିସାହି ଠାରେ ମାଁକୁରେଇଶୁଣୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୁଚନାଯୋଗ୍ୟ ମାଁଙ୍କ ମନ୍ଦିର ସହରର ଏକ ପୁରାତନ ମନ୍ଦିର ହୋଇଥିବା ବେଳେ ଏଠାକୁ ସହରର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ପୁଜାର୍ଚ୍ଚନା କରିବା ପାଇଁ ଆସିଥାନ୍ତି । ଗତ ବର୍ଷା ଋତୁରେ ଝଡ ପବନ ଯୋଗୁଁ ମନ୍ଦିର ନିକଟରେ ଥିବା ଏକ ପୁରାତନ ବିଶାଳକାୟ ବୃକ୍ଷ ଭାଙ୍ଗିପଡିବାରୁ ମନ୍ଦିରଟି କ୍ଷତିଗସ୍ତ ହୋଇପଡିଥିଲା । ତେବେ ମନ୍ଦିର କମିଟି ପକ୍ଷରୁ ମନ୍ଦିରଟିକୁ ପୁନରୁଦ୍ଧାର କରାଯାଇ ଏହାକୁ ନୁତନ ଭାବେ ନିର୍ମାଣ କରାଯାଇଥିଲା । ପରେ ଠାକୁରଙ୍କୁ ଜଳାଭିଷେକ କରାଯାଇଥିଲା ଏବଂ ରିତି ଅନୁଯାଇ ଦିନ ତମାମ ହୋମ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ସହରର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ମାଁଙ୍କ ମୁର୍ତ୍ତୀକୁ ଶ୍ରଦ୍ଧାଳୁମାନେ ସମସ୍ତେ ମିଳିମିଶି ବାଦ୍ୟ, କରତାଳି ଓ ହୁଳହଳି ସହ ଶୋଭାଯାତ୍ରାରେ ବାହାରି ପରିକ୍ରମା କରି ଶେଷରେ ମନ୍ଦିର ଠାରେ ମାଁଙ୍କ ମୁର୍ତ୍ତୀକୁ ସ୍ଥାପନ କରିଥିଲେ । ପ୍ରତିଷ୍ଠା କାର୍ଯ୍ୟ ପରେ କମିଟି ପକ୍ଷରୁ ପ୍ରସାଦ ସେବନ ପାଇଁ ଆୟୋଜନ କରାଯାଇଥିଲା । ଏକ ପୁରାତନ ମନ୍ଦିର ପୁନରୁଦ୍ଧାର କରାଯାଇ ଏହାର ପ୍ରତିଷ୍ଠା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବାର ସହରର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଏହାକୁ ସ୍ୱାଗତ କରିଛନ୍ତି । ଏହି ସମସ୍ତ ସିମାଞ୍ଚଳ ପାଢୀ, ସିମାଞ୍ଚଳ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଭାତ ପାତ୍ର ପ୍ରମୁଖଙ୍କ ସହଯୋଗରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top