କୁମ୍ଭାର ଉତ୍ସବ ସମିତି ପକ୍ଷରୁ ରକ୍ତଦାନ ଶିବିର

ପୁରୀ:୧୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): କୁମାର ଉତ୍ସବ ସମିତି ପକ୍ଷରୁ ଆଜି ଦୁଧୱାଲା ଧର୍ମଶାଳା ପରିସରରେ ମୋତିଚାନ୍ଦ ବଜାର ବିନାୟକ ସମିତି ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଚ୍ଚପେୟୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ଶିବିରକୁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଗୋପାଳ ଚନ୍ଦ୍ର ଖୁଣ୍ଟିଆ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଶିବିରରୁ ସମୁଦାୟ ୧୩୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ରକ୍ତଭଣ୍ଡାରର କର୍ମଚାରୀଗଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ସମିତିର ସାଧାରଣ ସମ୍ପାଦକ ସ୍ୱାଧିନ ପଣ୍ଡା, ଗୋବର୍ଦ୍ଧନ ପୀଠର ମୁଖପାତ୍ର ମନୋଜ ରଥ, ମୋତିଚାନ୍ଦ ବଜାର ସଭାପତି ଲୋକନାଥ ଦାସ, ସମ୍ପାଦକ ମନୋଜ ପାତ୍ର ଏହି ଶିବିରକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *