କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲସରା ପୋଲିସ

ପୋଲସରା ୨୪-୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ଖାକି ପୋଷାକ ଵାଲାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିବାରୁ ସାଧାରଣ ଲୋକମାନେ ତ୍ରାହି ତ୍ରାହି ଡାକିଲେଣି।କାରଣ ଖାକି ଵାଲାଙ୍କ ପ୍ରାଦ୍ରୁଭାବ ଯୋଗୁଁ ଚୋରି ଡକାୟତି ବଢ଼ିବାରେ ଲାଗିଛି। ଦିନ ଦ୍ଵି ପ୍ରହରେ ପୋଲସରାର ହାର୍ଟ ବୋଲାଉଥିବା ବ୍ରାହ୍ମଣ ସାହି ଠାରୁ ହାତରୁ ଟଙ୍କା ଛଡାଇ ନେଇଥିବା ସାଧାରଣ ଲୋକଙ୍କ କମନୁହେଁ, ପେସାଧରି ମାନେଯେ ଏବେ ପୋଲସରା ଅଞ୍ଚଳକୁ କବଳ କଲେଣି ଏକଥା କାହାକୁ ବା ଜଣାନାହିଁ।ଗତ ଥାନା ପୋଡିଠାରୁ ସାଧାରଣ ଲୋକେ ବିଲେଇ ବେକରେ ଘଣ୍ଟି ବାନ୍ଧିବା କଥା ଭୁଲି ଗଲେଣି ଏକଥା ସ୍ୱପ୍ନରେ ମଧ୍ୟ ଭାବିବାକୁ ଡରୁଛନ୍ତି।ସାଧାରଣ ଗାଉଁଲି ଲୋକଙ୍କ ଭାଷାରେ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି, ସେହି ନ୍ୟାୟରେ ଦେଖିବାକୁ ଗଲେ ଗତଥର ଥାନାପୋଡି ପାଇଁ ସାଧାରଣ ଗାଁ ଗହଳିର ଗୋଟିଏ ଝିଅ ସାହସ କରି ପାରନ୍ତା ନାହିଁ।ସେଦିନ ପୋଲସରା ଅଞ୍ଚଳର ପଞ୍ଜିଭୁତ ଜନତାଙ୍କ ହୃଦୟର ଭାଷା ହିଁ ଥାନା ପୋଡିଥିଲା।ସରକାର ସାଧାରଣ ଲୋକଙ୍କ ପାଇଁ ପୋଲିସ ସହାୟତା ନିମନ୍ତେ ନିଯୁକ୍ତି ଦେଇଥାନ୍ତି କିନ୍ତୁ ଖାକି ପୋଷକର ଦାଦାଗିରି, ସ୍ୱାର୍ଥଲୋଭୀ ଏବଂ ରାଜ ନୈତିକ ଗୁଣ୍ଡାସାଜି ଖାକି ପୋଷାକ ଵାଲାଏ ସାଧାରଣ ଲୋକଙ୍କୁ ସମ୍ମାନ ଦେବା ବଦଳରେ ଡ଼ରାନ୍ତି ଧମକାନ୍ତି ହାତରେ କଡୀ ପକାଇ ମାଡ଼ବି ମାରନ୍ତି ଯାହାକି ଅମାନବୀୟ।ସତ କହିବାକୁଗଲେ ସାଧାରଣ ଲୋକଙ୍କର ପଞ୍ଜିଭୁତ ଅସନ୍ତୋଷ ହିଁ, ହିଂସାର ରୂପନିଏ। ଯାହାକି ପୋଲସରା ବାସୀ ଅଙ୍ଗେ ଅଙ୍ଗେ ଲିଭାଉଛନ୍ତି।ସାଧାରଣ ଲୋକଟିଏ ଅଭିଯୋଗଟିଏ ଜଣାଇବାକୁ ଗଲେ ପ୍ରଥମେ ଅଶ୍ରୁସ୍ୟ ଭଳି ବ୍ୟବହାର କରନ୍ତି ଏବଂ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ କହି ନିଜ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଚାଲି ଯାଆନ୍ତି।କ୍ରିମିନାଲ ମାନଙ୍କୁ ଏବଂ ରାଜନେତା କୁଜିନେତା ମାନଙ୍କୁ ଘଣ୍ଟା ଘଣ୍ଟା ବସାଇ ଥଣ୍ଡା କିମ୍ବା ଚା କଫି ଦ୍ୱାରା ଆପ୍ୟାୟିତ କରୁଥିବା ମଧ୍ୟ ସାଧାରଣ ଲୋକେ କୁହାକୁହି ହେଉଛନ୍ତି।ଟ୍ରାଫିକ ସମସ୍ୟା ନକହିଲେ ଭଲ ପୋଲସରା ର ପ୍ରବେଶ ପଥ ଧନେଇ ଡେମ ଠାରୁ ବେଲଗାଁ ଛକ ପର୍ଯ୍ୟନ୍ତ ଗୋଟିଏ ବାଇକ ମଧ୍ୟ ଓଭରଟେକ କରି ପରିବାକୁ ରାସ୍ତା ନାହିଁ।ପୋଲସରା ସହରକୁ ବିଭିନ୍ନ ଗ୍ରାମାଞ୍ଚଳର ଲୋକମାନେ ନିର୍ଭର କରନ୍ତି କିନ୍ତୁ ପୋଲସରା ମାର୍କେଟ ଉପରେ ଗାଈଗୋରୁ ମାନଙ୍କ ସମସ୍ୟା ଏତେ ବଢ଼ିବାରେ ଲାଗିଛି ଯେ ଲୋକଙ୍କର ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଛି।ଏଥି ସକାଶେ ବହୁ ଯାନ ବାହାନ ଦୁର୍ଘଟଣା ଘଟିବାର ଲାଗିଛି ଏବଂ ସ୍କୁଲ କଲେଜ ଆସୁଥିବା ଝିଅମାନେ ପାଠପଢି ଆସିବାକୁ ଭୟ କରୁଛନ୍ତି କାରଣ ପୋଲସରା ପ୍ରତ୍ୟକ ଛକ ଏବଂ ପାନ ଦୋକାନ ମାନଙ୍କରେ ରୋଡ଼ ରୋମିଓ ମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି।ସିଟି ମାରିବା ଠାରୁ ଆରମ୍ଭ କରି ବହୁ ଅଶ୍ଳୀଳ ଭାଷାରେ ମଧ୍ୟ କହୁଛନ୍ତି।ଏଥି ସକାଶେ ଛାତ୍ରୀମାନେ ପାଠପଢି ଆସିବାକୁ ଭୟ କରୁଛନ୍ତି।ଗତ ଜାନୁୟାରୀ ମାସରେ ଏକ ସାମ୍ବାଦିକ କାର୍ଯ୍ୟାଳୟରୁ ତାଲା ଭାଙ୍ଗି ଚୋରି କରିଛନ୍ତି।ଏହାକୁ ଅଭିଯୋଗ କରିବାରୁ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।ଚୋରି ହେବାର ଏକମାସ ବିତି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଏତଲା ର ନକଲ କପି ଦିଆଯାଇନାହିଁ।ଅଭିଯୋଗ କରିବାର ଦଶଦିନ ପରେ ତଦନ୍ତ କରିବା ପାଇଁ ପୋଲିସ ପହଁଞ୍ଚୁଛି।ଏହାଠାରୁ ଆଉ ଦୁଃଖର ବିଷୟ କଣ ହୋଇପାରେ।ଜଣେ ଚତୁର୍ଥ ସ୍ତମ୍ଭର କାର୍ଯ୍ୟରତ ସାମ୍ବାଦିକ କୁ ଯେଉଁଠି ସୁରକ୍ଷା ନାହିଁ ସେଇଠି ସାଧାରଣ ଲୋକଟିଏ ଅଭିଯୋଗ କଲେ କଣ ହୋଇ ପାରିବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି।ଏଣୁ ଘଟଣା ଗୁଡିକୁ ନେଇ ସାଧାରଣ ଜନତାଙ୍କ ମନ ଭିତରେ ପୋଲିସ ବିରୁଦ୍ଧରେ ଯେଉଁ ଅସନ୍ତୋଷର ଦାନା ବାନ୍ଧୁଛି ଆଗକୁ ସାଧାରଣ ଲୋକମାନେ ପ୍ରଶାସନ ପାଖରେ କିଭଳି ଭରଷା ରଖିବେ ଏକଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବାର ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *