ଅନୁଗୁଳ

କୁମୁଣ୍ଡା ଗୋଷ୍ଠୀ କେନ୍ଦ୍ର ଓ ଚିଦାନନ୍ଦ ସାଂସ୍କୃତିକ କେନ୍ଦ୍ର ଉଦଘାଟିତ

ତାଳଚେର, ୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କୁମୁଣ୍ଡା ଗ୍ରାମରେ ଏକ ନୂତନ ଗୋଷ୍ଠୀ କେନ୍ଦ୍ର ଓ ଚିଦାନନ୍ଦ ସାଂସ୍କୃତିକ କେନ୍ଦ୍ର ସୋମବାର ଦିନ ଉଦଘାଟିତ ହୋଇଯାଇଛି। ଦିବ୍ୟ ଜୀବନ ସଂଘ, କୁମୁଣ୍ଡା ଶାଖା ପକ୍ଷରୁ ଆୟୋଜିତ ଏହି ଉଦଘାଟନୀ ସମାରୋହରେ ଶାଖାର ସଭାପତି ଧରଣୀଧର ସାହୁ ଅଧ୍ୟକ୍ଷତା କରି ଥିବାବେଳେ ଏଥିରେ ମୁଖ୍ୟ ଅତିଥିଭାବେ ଦିବ୍ୟଜୀବନ ସଂଘର ମହାନ୍ ସନ୍ଥ ପଦ୍ମନାଭାନନ୍ଦ ସରସ୍ୱତୀ ମହାରାଜ, ସମ୍ମାନୀତ ଅତିଥିଭାବେ ଧର୍ମାନିଷ୍ଠାନନ୍ଦ ସରସ୍ୱତୀ, ଶିବ ଚିଦାନନ୍ଦ ସରସ୍ୱତୀ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥିଭାବେ ଜ୍ୟୋତିରାନନ୍ଦ ସରସ୍ୱତୀ ଓ ସ୍ୱାମୀ ଶ୍ରୀଧର ମହାରାଜ ମଂଚାସୀନ ଥିଲେ। କୁମୁଣ୍ଡା ଶାଖାର ସମ୍ପାଦକ ରାମଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିବାସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବିଧାୟକ ପାଣ୍ଠିରୁ ୧୩ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ନୂତନ ଗୋଷ୍ଠୀ କେନ୍ଦ୍ର ଓ ସାଂସ୍କୃତିକ କେନ୍ଦ୍ରକୁ ମୁଖ୍ୟ ଅତିଥି ଫିତା କାଟି ଉଦଘାଟନ କରିଥିଲେ।  ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ। ଏହି ଅବସରରେ ପଦ୍ମନାଭାନନ୍ଦ ସରସ୍ୱତୀ ମହାରାଜ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଆଶ୍ରିବଚନ ପ୍ରଦାନ କରି ନିଜର ଚାରିତ୍ରିକ ଓ ଆଧ୍ୟାତ୍ମିକ ଚେତନାକୁ ପରିମାର୍ଜିତ କରିବାସହ କାୟମନୋବାକ୍ୟରେ ସେଗୁଡ଼ିକୁ ପାଳନ କରିବାକୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁମୁଣ୍ଡା ଗ୍ରାମବାସୀମାନଙ୍କ ପକ୍ଷରୁ ନାମ ସଂକୀର୍ତନ କରାଯାଇ ଏକ ବିଶାଳ ଶୋଭାଯାତ୍ରାରେ ଅତିଥିମାନଙ୍କୁ ସ୍ୱାଗତ କରି ମଂଚ ପାଖକୁ ପାଛୋଟି ନିଆଯାଇଥିଲା। କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ କୁମୁଣ୍ଡା ଗ୍ରାମବାସୀଙ୍କ ସମେତ କୁମୁଣ୍ଡା ଦିବ୍ୟଜୀବନ ଶାଖାର ସଭାପତି ଧରଣୀଧର ସାହୁ, ସମ୍ପାଦକ ରାମଚନ୍ଦ୍ର ପ୍ରଧାନଙ୍କ ସହ ସମସ୍ତ ଶାଖା ସଦସ୍ୟ, ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶ୍ୱମୋହନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଗହମ ଶାଖାର ସଦସ୍ୟ କିଶୋର ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top