ଅନୁଗୁଳ

କୁମୁଣ୍ଡା- କୋଶଳ ରାସ୍ତାରେ ଯୁବକଙ୍କ ଠାରୁ ଲୁଟ

ଅନୁଗୋଳ,14/11( ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାର କୁମୁଣ୍ଡାରୁ କୋଶଳା ଅଭିମୁଖେ ଯାଇଥିବା ଜଙ୍ଗଲ ରାସ୍ତାରେ ଜଣେ ଯୁବକଙ୍କଠାରୁ ଲୂଟ ହୋଇଥିବାର ଅଭିଯୋଗ ହୋଇଛି l ସୂଚନାରୁ ପ୍ରକାଶ,ଅନୁଗୋଳ ଡିଭିଜନ କୋଶଳା ସେକ୍‌ସନ୍‌ର କାର୍ଯ୍ୟରତ ବିଦ୍ୟୁତ ବିଭାଗର ସନ୍ତୋଷ କୁମାର ସାହୁ (୨୯)ନିଜ ଘର କୁମୁଣ୍ଡାକୁ ସେହି ଜଙ୍ଗଲ ରାସ୍ତାରେ ସନ୍ଧ୍ୟାରେ ଫେରିବା ସମୟରେ ପଥରନାଳ ନିକଟରେ ୩ ଜଣ ଦୁର୍ବୁତ୍ତ ରାସ୍ତାରେ ତାଙ୍କୁ ଅଟକାଇ ତାଙ୍କୁ ବନ୍ଧୁକ,ଭୁଜାଲି ଦେଖାଇବା ସହ ମାଡପିଟ କରି ୨ଟି ମୋବାଇଲ,ଡ୍ରାଇଭିଙ୍ଗ ଲାଇସେନ୍ସ,ଗାଡିର ଆର୍ସି ବୁକ,ବ୍ୟାଗ,୩ହଜାର ଟଙ୍କା ଛଡାଇ ନେଇଥିଲେ । ଏହାସହ ତାଙ୍କ ଡାହାଣ ହାତ,ବେକ,ଛାତି, ଗୋଡ଼ରେ ଆଘାତ ହୋଇଥିବାର ଜଣାପଡ଼ିଛି। ଆହତଙ୍କୁ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଲୁଟେରାମାନଙ୍କୁ ଖୋଜିବା ସହ ତଦନ୍ତ ଜାରି ରଖିଛି l

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top