କଳାହାଣ୍ଡି

କୁନ୍ଦୁଳି ପୀଡିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଶାନ୍ତିପୂର୍ଣ୍ଣ କଳାହାଣ୍ଡି ବନ୍ଦ

କଳାହାଣ୍ଡି –୨୫-୧ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କୁନ୍ଦୁଳି ପୀଡିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲାରେ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ ହୋଇଯାଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧଶେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ କର୍ମୀ ମାନଙ୍କୁ ଗିରଫ କରାଯାଇଥିବା ଘଟଣା ବ୍ୟତୀତ ସେଭଲି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବାର ସୂଚନା ମିଳିଛି। ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ପିସିସି ସମ୍ପାଦକ ସାମନ୍ତ ଖମାରୀ, ପିସିସି ସଭ୍ୟ ଚିତରଂଜନ ମଣ୍ଡଳ, ଏସ ସି ସେଲ ରାଜ୍ୟ ଉପସଭାପତି ପ୍ରଶାନ୍ତ ନାଏକ ପ୍ରମୂଖଙ୍କ ନେତୃତ୍ୱରେ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରାଯାଇଥିଲା। ବିଜେପି ପକ୍ଷରୁ ଜିଲ୍ଲା ଉପସଭାପତି ବଦ୍ରୀ ପଟ୍ଟନାୟକ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଭବେନ୍ଦ୍ର ପଣ୍ଡା ପ୍ରମୂଖଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଥିଲା। ସରକାରୀ କାର୍ଯ୍ୟାଳୟ ସବୁ ପ୍ରାୟ ବନ୍ଦ ରହିଥିବା ବେଳେ ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହୋଇଥିଲେ। ଅନ୍ୟ ପକ୍ଷରେ ଟ୍ରେନ ଚଳାଚଳ ଚାଲୁରହିଥିଲା। ବିଜେପି ପକ୍ଷରୁ ଜୁନାଗଡ ଠାରେ ପୂର୍ବ ମନ୍ତ୍ରୀ ହିମାଂଶୁ ମେହେର, ନଗରସଭାପତି କାଳିନ୍ଦୀ ପାଣିଗ୍ରାହୀ, ପାରିଷଦ ମୁକେଶ ଅଗ୍ରୱାଲ ପ୍ରମୂଖ ପିକେଟିଂ କରି ବନ୍ଦ ପାଳନ କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ନଗର ସଭାପତି ମଦନ ସାହୁ, ସୁରେଶ ପଣ୍ଡା, ପ୍ରଭାତ ଦାସ ପ୍ରମୂଖ ପିକେଟିଂ କରି ବନ୍ଦ ପାଳନ କରିଥିଲେ।

କଂଗ୍ରେସ ପକ୍ଷରୁ ମ-ରାମପୁର ଠାରେ ବ୍ଲକ ସଭାପତି ବିଭୂତି ମହାକୁଡଙ୍କ ନେତୃତ୍ୱରେ ଏବଂ ଗୋଲାମୁଣ୍ଡା ଠାରେ ବ୍ଲକ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଧର୍ମଗଡ ଠାରେ ସରୋଜ ପଣ୍ଡା ଓ ଦିଗାମ୍ବର ଦୁରିଆଙ୍କ ନେତୃତ୍ୱରେ, ନର୍ଲା ଠାରେ ନୀରଜ ଶର୍ମା ଙ୍କ ନେତୃତ୍ୱରେ, ଜୟପାଟଣାରେ ପ୍ରକାଶ ଦୂରିଆ, ହେମନ୍ତପଣ୍ଡାଙ୍କ ନେତୃତ୍ୱରେ, କର୍ଲାମୁଣ୍ଡାରେ ସୁରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ କୋକସରାରେ ବ୍ଲକ ସଭାପତି ରାଜେନ୍ଦ୍ର ନାଏକ, ପରୁଷୋତମ ଗୁପ୍ତା ଙ୍କ ନେତୃତ୍ୱରେ, କଲମପୁର ଠାରେ ବ୍ଲକ ସଭାପତି ଅଭିମନ୍ୟୁ ବାଗ, ପୂର୍ବ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନୀ ଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକରେ ଉଦ୍ଧବ ମାଝୀଙ୍କ ନେତୃତ୍ୱରେ, ଥୁ-ରାମପୁର ଠାରେ ଜିଲ୍ଲାପରିଷଦ ସଭ୍ୟ ସୋମନାଥ ନାଏକଙ୍କ ନେତୃତ୍ୱରେ, କେସିଙ୍ଗା ଠାରେ ସଭାପତି ପର୍ଶୂରାମ ପାଢୀ ଙ୍କ ନେତୃତ୍ୱରେ ପିକେଟିଂ କରାଯାଇ ବନ୍ଦ ପାଳନ କରାଯାଇଥିଲା।

ସେହିପରି ବିଜେପି ପକ୍ଷରୁ ମ-ରାମପୁର ଠାରେ ବ୍ଲକ ସଭା ନେତୃତ୍ୱରେ ଏବଂ ଗୋଲାମୁଣ୍ଡା ଠାରେ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ ଙ୍କ ନେତୃତ୍ୱରେ ଧର୍ମଗଡ ଠାରେ ସୁଧିର ପଟ୍ଟଯୋଷୀ, ପ୍ରବୀଣ ପଣ୍ଡାଙ୍କ ନେତୃତ୍ୱରେ, ନର୍ଲା ଠାରେ ଆର୍ତ ତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ଜୟପାଟଣାରେ ଶେଷଦେବ ବେହେରା, ଅମିତ ପଣ୍ଡା, ବିଜୟ ଦିଶାରୀ ପ୍ରମୂଖଙ୍କ ନେତୃତ୍ୱରେ, ଥୁ-ରାମପୁର ଠାରେ ମଣ୍ଡଳ ସଭାପତି କାଲୀ ପ୍ରସାଦ ବାରିକଙ୍କ ନେତୃତ୍ୱରେ, କର୍ଲାମୁଣ୍ଡାରେ ଚିତ୍ରସେନ ସାହୁଙ୍କ ନେତୃତ୍ୱରେ କୋକସରାରେ କଲମପୁର ଠାରେ ବ୍ଲକ ସଭାପତି କ୍ଷୀରୋଦ ନାଏକ, ବିଜୟ ପଣ୍ଡା, ସୁମନ୍ତ ପଣ୍ଡା ଙ୍କ ନେତୃତ୍ୱରେ, ଲାଞ୍ଜିଗଡ ବ୍ଲକରେ ବ୍ଲକ ସଂଯୋଜକ ସୁବାସ ଅଗ୍ରୱାଲ ଙ୍କ ନେତୃତ୍ୱରେ, କେସିଙ୍ଗା ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତାରାଣି ସାହୁଙ୍କ ନେତୃତ୍ୱରେ ପିକେଟିଂ କରାଯାଇ ବନ୍ଦ ପାଳନ କରାଯାଇଥିଲା।

ମୋଟାମୋଟି ଭାବରେ ସମଗ୍ର ଜିଲ୍ଲାରେ ଶାନ୍ତପୂର୍ଣ୍ଣ ଭାବରେ ବନ୍ଦ ପାଳନ ହୋଇଥିଲା। ଯାନ ବାହନ ବନ୍ଦ ରହିଥିବା ବେଳେ କେବଳ ରେଳ ଚଳାଚଳ ହେଉଥିଲା। କୁନ୍ଦୁଳି ପୀଡିତାକୁ ନ୍ୟାୟ ମିଳି ପାରିନଥିବା ବେଳେ ତାର ଆତ୍ମହତ୍ୟାଜନିତ ମୃତ୍ୟୁ ହେବାପରେ ଏଭଲି ପ୍ରତିବାଦ ହେଲେ କିପରି ନ୍ୟାୟ ମିଳିବ ସେନେଇ ସାଧାରଣରେ ମୁଖ୍ୟ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top