ଓଡ଼ିଶା

କୁନ୍ଦୁଳି ପୀଡିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ନବୀନ ନିବାସ ଘେରାଓ କଲା ବିଜେପି

ଭୁବନେଶ୍ୱର, ତା୨୨/୦୧(ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଓ ସ୍ଥାଣୁତାର ଶାସନ ବ୍ୟବସ୍ଥା ପାଇଁ ଆଜି କୁନ୍ଦୁଲି ପୀଡିତା ତାର ଜୀବନକୁ ବଳିଦାନ ଦେଇଛି। ଶାସକ ବିଜେଡି ପୋଲିସ ଓ ପ୍ରଶାସନ ଦ୍ୱାରା ପୀଡିତାଙ୍କୁ ଧମକାଇବା ସହ ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଚୁପ ରହି ନିଜର ଯୋଗାଡ କରିଥିବା ଆଦର୍ଶ ପୁରସ୍କାରର ଉତ୍ସବ ମନଉଥିବା ସମୟରେ ଅନ୍ୟପଟେ ଗଣବଳାତ୍କାରରେ ଶିକାର ହୋଇଥିବା କୁନ୍ଦୁଲି ପୀଡିତା ନିଜ ଜୀବନକୁ ବଳିଦାନ କରିବା ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିଛି। ଏଭଳି ଘଟଣା ବିଜେଡି ସରକାରଙ୍କ ପ୍ରାୟୋଜିତ ହତ୍ୟା ବୋଲି ବିଜେପି କହିବା ସହ ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶର ପ୍ରମାଣପତ୍ର ବୋଲି ବିଜେପି ପ୍ରଶ୍ନ କରିଛି। ଏଥି ସହ କୁନ୍ଦୁଲି ପୀଡିତାଙ୍କୁ ଉଚିତ୍ ନ୍ୟାୟ ଦାବି କରି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଘେରାଓ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନୈତିକତାର ପ୍ରଶ୍ନ ପଚାରିବାକୁ ଯାଇଥିଲେ। ଏହି ସମୟରେ ପୋଲିସ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ପୂରୁଣା ଏୟାରପୋର୍ଟ ଛକ ନିକଟରେ ଅଟକାଇବା ସହ ଗିରଫ କରିଛି।

ଏହି ବିଷୋଭ ସଭାରେ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି, ପ୍ରବକ୍ତା ଗୋଲକ ମହାପାତ୍ର ଏବଂ ଦିଲ୍ଲୀପ ମହାନ୍ତି, ରଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ଓ ଅମୀୟ ଦାସ, ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆ, ରାଜ୍ୟ ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଂଜନ ବଡଜେନା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ପିଙ୍କି ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷି ପ୍ରିୟଦର୍ଶିନୀ, ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ଓ ସଂଗ୍ରାମ ପାଇକରାୟ ସହ ଶତାଧିକ କାର୍ଯ୍ୟକର୍ତା ଗିରଫ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top