ଓଡ଼ିଶା

କୁନ୍ଦୁଲୀ ପିଡୀତା ପରିବାରଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୧୨ଘଣ୍ଟିଆ ବନ୍ଦ

ପାଟଣା, ତା୨୪/୦୧(ଓଡିଆ ପୁଅ/ଅଭିମନ୍ୟୁ/ବିରେନ୍ଦ୍ର)କୁନ୍ଦୁଲି ପିଡୀତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ କେନ୍ଦୁଝର ଜିଲ୍ଲାର ପାଟଣା,  ଢେଙ୍କିକୋଟ, ତୁରୁମୁଙ୍ଗା,  ରାଜନଗର,  ଖିରେଇଟାଙ୍ଗିର ଆଦି ସ୍ଥାନରେ ରେ ଶାନ୍ତିପୂର୍ଣ୍ଣ ଭାବେ ୧୨ଘଂଟିଆ ଓଡିଶା ବନ୍ଦ ସଫଳ ହୋଇଛି। ସରକାରଙ୍କ ପକ୍ଷରୁ ସରକାରୀ ସ୍କୁଲ, କଲେଜ, ଅଫିସ ଛୁଟି ଘୋଷଣା କରାଯାଇଥିବା ବେଳେ ୨୨୦ ନମ୍ବର, ୪୯ ନମ୍ବର, ୨୦ ନମ୍ବର ଜାତୀୟ ରାଜପଥ ରେ ଶହଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା। ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଠାରେ ବିଜେପି ପକ୍ଷରୁ ମିତ୍ରଭାନୁ ମହାନ୍ତ,  ବ୍ରଜମୋହନ ସାହୁ, ଦର୍ଶନ ସିହୁ,  ଲଳିତ କୁମାର ସିଂହ,  ବରୁଣ କୁମାର ସାହୁ ପ୍ରମୁଖ ବନ୍ଦ ପାଳନ ରେ ସାମିଲ ଥିବାବେଳେ କଂଗ୍ରେସ ପକ୍ଷରୁ ଶତ୍ରୁଘ୍ନ ସାହୁ,  ମନୋରଞ୍ଜନ ସାହୁ,  କିଶୋର ଦେହୁରୀ ସାମିଲ ଥିଲେ। ସେହିପରି ପାଟଣା ବ୍ଲକ ମୂଖ୍ୟାଳୟ ରେ ବିଜେପି ପକ୍ଷରୁ ପ୍ରହଲ୍ଲାଦ ପଲେଇ, ଗୌରହରି ନାଏକ ଙ୍କ ନେତୃତ୍ବ ନେଇଥିବା ବେଳେ ଢେଙ୍କିକୋଟ ଠାରେ ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ,  ଜିଲ୍ଲା ଉପସଭାପତି ଅଖିଳ କୁମାର ପାତ୍ର, ଦେବେନ୍ଦ୍ର କୁମାର ଜେନା, ଇନ୍ଦ୍ରମଣି ମହାନ୍ତ, ନାରୀ ନେତ୍ରୀ ମମତା ସିଂ,  କଳ୍ପନା ରାଉତ,  ସରସ୍ୱତୀ ମହାକୁଡ଼ ପ୍ରମୁଖ ହରତାଳ ଓ ବନ୍ଦ ପାଳନ ର ନେତୃତ୍ବ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top