ଓଡ଼ିଶା

କୁନ୍ଦୁଲୀ ଗଣଦୁଷ୍କର୍ମ ମାମଲାରେ ଦୁଷ୍କର୍ମ ପ୍ରମାଣର ଖବର ପ୍ରସାରଣ କରିଥିବା ସାମ୍ବାଦିକଙ୍କୁ ଜେରା କରାଯିବା ଓ ରିପୋର୍ଟର ସୋର୍ସ ଜଣାଇବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ବାଧ୍ୟ କରାଯିବା ଘଟଣା ନିନ୍ଦନୀୟ – ଧର୍ମେନ୍ଦ୍ର ପ୍ରଧାନ

– ଗଣତନ୍ତ୍ର ଅନୁସନ୍ଧାନମୂଳକ ମୂଳକ ସାମ୍ବାଦିକତା ପାଇଁ ସ୍ଵାଧୀନତା ଦେଇଛି
– ଦୋଷୀକୁ ଧରିବା ପରିବର୍ତ୍ତେ ସତ୍ୟକୁ ସାମନାକୁ ଆଣିଥିବା ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ ହରକତ କରିବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ
– ସାମ୍ବାଦିକଙ୍କ ପ୍ରତି ଆକ୍ରୋଶମୂଳକ ଭାବନା ରଖିବା ପରିବର୍ତ୍ତେ ପୀଡିତାକୁ ନ୍ୟାୟ ଦେବା ଅତ୍ୟନ୍ତ ଜରୁରୀ

ନୂଆଦିଲ୍ଲୀ / ଭୁବନେଶ୍ବର, ୦୭ ଏପ୍ରିଲ (ଓଡ଼ିଆ ପୁଅ) – କୁନ୍ଦୁଲୀ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ଫରେନସିକ ଲାବ ରିପୋର୍ଟରେ ଦୁଷ୍କର୍ମ ପ୍ରମାଣର ଖବର ପ୍ରସାରଣ କରିଥିବା ସାମ୍ବାଦିକଙ୍କୁ ଜେରା କରାଯିବା ଓ ଏହି ରିପୋର୍ଟର ସୋର୍ସ ଜଣାଇବାକୁ କ୍ରାଇମ ବ୍ରାଞ୍ଚ ପୋଲିସ ତରଫରୁ ବାଧ୍ୟ କରାଯିବା ଘଟଣା ନିନ୍ଦନୀୟ ବୋଲି କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଦ୍ବିଟ କରି କହିଛନ୍ତି ଯେ “ଗଣତନ୍ତ୍ର ଅନୁସନ୍ଧାନମୂଳକ ମୂଳକ ସାମ୍ବାଦିକତା ପାଇଁ ସ୍ଵାଧୀନତା ଦେଇଛି। ଦୋଷୀକୁ ଧରିବା ପରିବର୍ତ୍ତେ ସତ୍ୟକୁ ସାମନାକୁ ଆଣିଥିବା ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ ହରକତ କରିବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ “ଆତ୍ମହତ୍ୟା ପୂର୍ବରୁ ସଂପୃକ୍ତ ପୀଡିତା ରାଜ୍ୟର ଖୋଦ ଡିଜିଙ୍କ ନାମରେ ଅଭିଯୋଗ ଆଣିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରିଥିବା ପୀଡିତା ଓ ତାଙ୍କ ପରିବାର ସାର୍ବଜନୀନ ଭାବେ ବୟାନ ଦେଇଛନ୍ତି।”

ସେ କହିଛନ୍ତି ଯେ “ପୀଡିତାଙ୍କ ସୁଇସାଇଡ୍ ନୋଟକୁ ପୋଲିସ ନଷ୍ଟ କରି ଦେଇଥିବା ପରି ପରିବାର ତରଫରୁ ଅଭିଯୋଗ ମଧ୍ୟ ହୋଇଛି। ଏପରି ସ୍ଥଳେ ସାମ୍ବାଦିକଙ୍କ ପ୍ରତି ଆକ୍ରୋଶମୂଳକ ଭାବନା ରଖିବା ପରିବର୍ତ୍ତେ ପୀଡିତାଙ୍କୁ ନ୍ୟାୟ ଦେବା ଅତ୍ୟନ୍ତ ଜରୁରୀ।”

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top