ଓଡ଼ିଶା

କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର ଦାୟୀ – ଧର୍ମେନ୍ଦ୍ର ପ୍ରଧାନ

ମାହାଙ୍ଗାରେ ବିଜେପିରେ ମିଶିଲେ ବୁଲୁ ପ୍ରଧାନଙ୍କ ସହ ହଜାର- ହଜାର ସମର୍ଥକ
– ଅଂଜନା ମିଶ୍ର କାଣ୍ଡ ଘଟିଲା ବେଳେ ତକ୍ରାଳୀନ ସରକାର ଯେଉଁ ଅହଙ୍କାରରେ ଥିଲେ ଆଜିର କ୍ଷମତାରେ ଥିବା ଲୋକ ମାନେ ସମାନ ଅହଙ୍କାର ଦେଖାଉଛନ୍ତି
– କୁନ୍ଦୁଲୀ ପୀଡିତା ସସ୍ମିତାଙ୍କ ଗଣମାଧ୍ୟମରେ ପ୍ରସାରିତ ବୟାନକୁ ଜନ ସଭାରେ ଶୁଣାଇଲେ
– ଏହି ସାକ୍ଷାତକାରରେ ସସ୍ମିତା ଡିଜି ଟଙ୍କା ଦେଇ ଚୁପ କରାଇବାକୁ ଚେଷ୍ଟା କରିବା ଓ ତାଙ୍କୁ ପାଗଳୀ ଭାବେ ଚିତ୍ରିତ କରିବାର ଅପଚେଷ୍ଟା କରିବା ସମ୍ପର୍କରେ ଦେଇଥିଲେ ସୂଚନା
– ଦୋଷୀ ବିରୁଦ୍ଧରେ ନୁହେଁ ପୀଡିତାଙ୍କୁ ନ୍ୟାୟ ପାଇଁ ମହିଳା କମିଶନରେ ଆନ୍ଦୋଳନ କରୁଥିବା ବିଜେପି ମହିଳାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ଧମକକୁ କଟୁ ସମାଲୋଚନା
– ଓଡିଶା ମା ଭଉଣୀଙ୍କର ଇଜ୍ଜତର ଲଢେଇ ପାଇଁ ଓଡିଶାବାସୀ ପ୍ରସ୍ତୁତ ବୋଲି ପୋଲିସକୁ ଶୁଣାଇଲେ ଚରମବାଣୀ
– ଥ୍ରି ଟି ନାଁରେ ଯୋଗ୍ୟ ହିତାଧିକାରୀ ବଦଳରେ ଦଳୀୟ ଆଧାରରେ ନବୀନ ସରକାର ବାଂଟୁଛି ସରକାରୀ ସୁବିଧା
-୧୦ କୋଟି ପରିବାରକୁ ସ୍ୱାସ୍ଥ୍ୟ ବୀମା ଓ ଉତ୍ପାଦନ ମୂଲ୍ୟର ଦେଢ ଗୁଣ କୃଷି ସହାୟକ ମୂଲ୍ୟ ନେଇ ବଜେଟରେ ଘୋଷଣାକୁ ମୋଦି ସରକାରକୁ ଗରୀବର ସରକାର ବୋଲି କହିଲେ
ଭୁବନେଶ୍ୱର, ୦୨ ଫେବୃଆରୀ (ଓଡ଼ିଆ ପୁଅ) – କୁନ୍ଦୁଲୀ ଗଣ ଦୁଷ୍କର୍ମ ଓ ପୀଡିତା ସସ୍ମିତାଙ୍କ ଆତ୍ମହତ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା କଟକ ଜିଲ୍ଲାର ମାହାଙ୍ଗା ଠାରେ ଦଳ ତରଫରୁ ଆୟୋଜିତ ମିଶ୍ରଣ ପର୍ବରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ସମୟରେ ଅଂଜନା ମିଶ୍ର କାଣ୍ଡ ଘଟିଲା ବେଳେ ତକ୍ରାଳୀନ ସରକାର ଯେଉଁ ଅହଙ୍କାରରେ ଥିଲେ ଆଜିର କ୍ଷମତାରେ ଥିବା ଲୋକ ମାନେ ସମାନ ଅହଙ୍କାର ଦେଖାଉଛନ୍ତି। ଓଡିଶା ମା ଭଉଣୀଙ୍କର ଇଜ୍ଜତର ଲଢେଇ ପାଇଁ ଓଡିଶାବାସୀ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ମାହାଙ୍ଗାର ଯୁବ ନେତା ବୁଲୁ ପ୍ରଧାନ ଓ ତାଙ୍କର ହଜାର ହଜାର ସମର୍ଥକଙ୍କୁ ଦଳରେ ମିଶାଇବା ପରେ ଏହି ଜନସଭାକୁ କୁନ୍ଦୁଲୀ ପୀଡିତା ସସ୍ମିତା ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରକୁ ବଜାଇ ଶୁଣାଇଥିଲେ। ଏହି ସାକ୍ଷାତକାରରେ ସସ୍ମିତା ଡିଜି ତାଙ୍କୁ ୯୦ ହଜାର ଟଙ୍କା ଜାଚି ଚୁପ କରିବା ପାଇଁ ପ୍ରୟାସ କରିବା, ସେ ସମ୍ପୂର୍ଣ ରୁପେ ମାନସିକ ଦୃଷ୍ଟିରୁ ସୁସ୍ଥ ଥିବା ପରେ ମଧ୍ୟ ଡାକ୍ତରଖାନାରେ ଭର୍ତି କରି ମାନସିକ ରୋଗୀ ଭାବେ ସାବ୍ୟସ୍ତ କରିବାର ଅପଚେଷ୍ଟା କରା ଯାଇଥିବା ଏହି ସାକ୍ଷାତକାରରେ ସସ୍ମିତା କହିବା ଜନ ସାଧାରଣଙ୍କୁ ଶୁଣାଇଥିଲେ।

କୁନ୍ଦୁଲୀ ପୀଡିତାଙ୍କୁ କାହିଁକି ନ୍ୟାୟ ମିଳୁ ନାହିଁ ଅଭିଯୋଗ କରି ବିଜେପି ମହିଳା ମାନେ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାରୁ ମହିଳା କମିଶନଙ୍କ ରିପୋର୍ଟ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବା ନେଇ ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆଙ୍କ ଘୋଷଣାକୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣ ଦୁଷ୍କର୍ମ ପୀଡିତା ସସ୍ମିତାଙ୍କୁ ନ୍ୟାୟ ମିଳିଲା ନାହିଁ। ପୋଲିସ ପୋଷାକଧାରୀଙ୍କ ଗଣ ବଳାକ୍ରାରର ଅଭିଯୋଗ ଆଣିବା ପରେ ଓଡିଶା ପୋଲିସ ଝିଅଟିକୁ ପାଗଳୀ, ଚରିତ୍ରହୀନା ଓ ଟଙ୍କା ଦେଇ ପାଟି ଚୁ କରିବାକୁ ଉଦ୍ୟମ କଲା। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ନ୍ୟାୟ ପାଇଁ ଲଢେଇ କରୁଥିବା ମହିଳାଙ୍କ ବିରୁଦ୍ଧରେ ଖୁରାନିଆଙ୍କ ବୟାନ ସରକାରଙ୍କର ମାନସିକତାର ପୋଲ୍ ଖୋଲି ଦେଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯାଜପୁର ଜିଲ୍ଲାର ଦଶରଥପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଭ ଦେଖାଇ ଶାସକ ଦଳର ଅଫିସରେ ଶାସକ ଦଳର ବିଧାୟକଙ୍କ ନିଜ ଲୋକଙ୍କ ଦ୍ୱାରା ଜଣେ ମହିଳାଙ୍କ ଇଜ୍ଜତ ନେବାର ଉଦ୍ୟମ ହୋଇଥିଲା। ଖୋର୍ଧା ଜିଲ୍ଲାର ବାଣପୁର ଠାରେ ଦୁଷ୍କର୍ମ ଅଭିଯୋଗ ସତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଝିଅଟି ଆତ୍ମହତ୍ୟା କରିଛି। ଏହା ନବୀନ ପଟ୍ଟନାୟକଙ୍କ ମା କୁ ସମ୍ମାନ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ନବୀନ ପଟ୍ଟନାୟକ ଥ୍ରୀ ଟି ଟେକ୍ନୋଲଜି, ଟ୍ରାନସପରେନ୍ସି ଓ ଟିମ ବାର୍କର କଥା କହି ଗରୀବଙ୍କ ସ୍ୱାର୍ଥ ହଡପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ତାଙ୍କୁ ଦେଶର ଗରୀବ ମହିଳାଙ୍କୁ ମାଗଣାରେ ଏଲପିଜି ଦେବାକୁ କହିଥିଲେ। ତିନି ବର୍ଷରେ ୫ କୋଟି ଲକ୍ଷ୍ୟରୁ ୧୫ ମାସରେ ୩.୩ କୋଟି କରିବାପରେ ଏହି ଲକ୍ଷ୍ୟକୁ ବଜେଟରେ ୮ କୋଟିକୁ ବଢାଇ ଦେଇଛନ୍ତି। ଟେକ୍ନୋଲଜି ଓ ଟ୍ରାନସପରେନ୍ସି ଯୋଗୁ ହିତାଧିକାରୀ ଚୟନ ଓ ତାଲିକାରେ ବିବାଦ ନାହିଁ। ମାତ୍ର ଓଡିଶାରେ ଚାଉଳ ପାଇଁ ରାସନ କାର୍ଡ ବାଂଟିବା ବେଳେ ନବୀନ ପଟ୍ଟନାୟକଙ୍କ ତାଲିକାରେ କଟକର ମେୟର ସାମିଲ ହୋଇ ଯିବା କି ଗରୀବ କଲ୍ୟାଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତିା ଯୋଗ୍ୟ ଗରୀବ ହିତାଧିକାରୀଙ୍କୁ ନୁହେଁ ଦଳୀୟ ଆଧାରରେ ସରକାରୀ ଯୋଜନା ବାଂଟି ଦେବା ନବୀନଙ୍କ ଥ୍ରୀ-ଟି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ବଜେଟରେ ଦେଶର ଦଶ କୋଟି ପରିବାରର ୫୦ କୋଟି ଲୋକଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କରିଛନ୍ତି। କୃଷି ଉତ୍ପାଦନ ମୂଲ୍ୟର ଦେଢ ଗୁଣ ସର୍ବ ନିମ୍ନ ସହାୟକ ମୂଲ୍ୟ ହେବା ନେଇ ନୀତିଗତ ନିଷ୍ପତି ନିଆ ଯାଇ ସାରିଛି।

ମାହାଙ୍ଗା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହେବା ସତ୍ୱେ ଡାକ୍ତରଖାନାରେ ଡାକ୍ତର ନ ରହିବା କି କଠିନ ପରିଶ୍ରମ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ – ହରିଦାସପୁର ରେଳପଥ ନବୀନ ସରକାରଙ୍କ ଅପାରଗତା ଯୋଗୁ ଆଗକୁ ବଢି ପାରୁ ନାହିଁ। ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ଦାୟିତ୍ୱ। ଆଇନ ଶୃଙ୍ଖଳା ରାଜ୍ୟର। ମାତ୍ର ନିଜ ଦାୟିତ୍ୱ ପାଳନ ନ କରି ନବୀନ ଶାସନ କେବଳ ଦୋଷ ଦେଇ କର୍ତବ୍ୟ ଶେଷ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଜରୁରୀ ହୋଇଥିବା ବେଳେ ସାରା ରାଜ୍ୟରେ ବଡ ରାଜନୈତିକ ପରିବର୍ତ୍ତନ ପାଇଁ ଲୋକ ମନ ବଳାଉଥିବା ମାହାଙ୍ଗାର ବିଶାଳ ଜନସଭା ପ୍ରମାଣିତ କରିଛି ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top