କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ସରକାରଙ୍କ ପ୍ରାୟୋଜିତ – ବିଜେପି ଭଦ୍ରକ ବନ୍ଦ ଶହେ ପ୍ରତିଶତ ସଫଳ

ଭଦ୍ରକ, ୨୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : କୁନ୍ଦୁଲି ପୀଡିତା ନାବାଳିକା ଆତ୍ମହତ୍ୟା ରାଜ୍ୟର ଅପାରଗ ବିଜେଡି ସରକାରଙ୍କ ପ୍ରାୟୋଜିତ। ବଜାରରୁ ଫେରୁଥିବା ବେଳେ ୪ଜଣ ପୁଲିସ ପୋଷାକଧାରୀ କାମାନ୍ଧ ଯୁବକଙ୍କ ବଳାକ୍ରାରର ଶିକାର ହୋଇ ଦୀର୍ଘ ଶହେ ଦିନ ଧରି ଆତ୍ମନିର୍ଯାତନା ପାଉଥିବା ପୀଡିତା ନ୍ୟାୟ ନ ପାଇ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କଲା। ଯାହା ସରକାର ଜାଣିଶୁଣି କରେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ବଦଳରେ ସେମାନଙ୍କୁ ଘଣ୍ଟ ଘୋଡେଇବା ପୀଡିତାଙ୍କୁ ମାନସିକ ଆଘାତ ଦେଇଥିଲା। ଗୃହ ବିଭାଗର ମୁଖ୍ୟ ଥିବା ଖୋଦ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନିଜକୁ ଦୋଷୀ ମଣି ଇସ୍ତଫା ଦେଇ ନିଜର ନିର୍ମଳ ଭାବମୂର୍ତ୍ତିର ପରିଚୟ ଦେବାକୁ ବିଜେପି ଜିଲ୍ଳା ସଭାପତି ବଦ୍ରିନାରାୟଣ ଧଳ ଓଡିଶା ବନ୍ଦ ପାଳନ ବେଳେ ଦାବି କରିଛନ୍ତି। ଶ୍ରୀ ଧଳଙ୍କ ନେତୃତ୍ୱରେ ବିଜେପି ନେତୃମଣ୍ଡଳୀ ବନ୍ତ ଛକରେ ବନ୍ଦ ପାଳନ କରିବା ସହିତ ପିକେଟିଂ କରି ଚରମ୍ପା ଷ୍ଟେଶନ, ଜିଲ୍ଳାପାଳ, ତହସିଲ, ଡିଆର୍ଡିଏ, ଆର୍ଟିଓ, ଡିଇଓ, ସର୍ବଶିକ୍ଷା, ପୌରକାଳର୍ଯ୍ୟାଳୟ ଆଦି ବନ୍ଦ କରାଇବା ସହିତ ସ୍କୁଲ, କଲେଜ, ପୋଷ୍ଟ ଅଫିସ, ବ୍ୟାଙ୍କ ଆଦି ବନ୍ଦ କରିଥିଲେ। ଏହି ବନ୍ଦ ପାଳନରେ ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ଡା. ପ୍ରଦିପ ନାୟକ, ତପନ ମହାନ୍ତି, ପ୍ରଦିପ୍ତ ବିଶ୍ୱାଳ, ଶରତ ପଢିଆରୀ, ଅମ୍ବିକା ଦାସ, ପ୍ରଭାତ ମହାନ୍ତି, ଅମରେଶ ନାୟକ, ପ୍ରଭାତ ଜେନା, ବିଦ୍ୟାଧର ସାହୁ, ଭାରତୀ ବିଶ୍ୱାଳ, ଉର୍ମିଳା ସାହୁ, ପଦ୍ମିନୀ ଦ୍ୱିବେଦୀ, ନବନୀତା ସାହୁ, ସୁମିତ୍ରା ପାଣି, ସୁରେଶ ସାମଲ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *