କୁନ୍ଦୁଲି ପିଡ଼ୀତାଙ୍କ ଦଶାହରେ ମହିଳା ମୋର୍ଚ୍ଚା ମନ୍ଦିରରେ କରିବ ଦୀପଦାନ ?? ସେ ଦିନ ଯେ ଗ୍ରହଣ!

ଭୁବନେଶ୍ୱର,୩୦,ଜାନୁୟାରୀ,(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଗଣ ଧର୍ଷଣର ଶିକାର ହୋଇ ଏବଂ ଦୀର୍ଘ ଦିନ ସଂଘର୍ଷ ପାଇଁ ଲଢ଼ି ଲଢ଼ି ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା କୁନ୍ଦୁଲି ପିଡ଼ି଼ତାଙ୍କ ଦଶାହ ପଡ଼ୁଛି ୩୧ତାରିଖରେ।ଏହି ଦିନ ବିଜେପି ମହିଳା ମୋର୍ଚ୍ଚା ପାଳନ କରିବ ସଂକଳ୍ପ ଦିବସ।ଏହିଦିନ ମଣ୍ଡଳ ସ୍ତରରେ ରାଜ୍ୟର ୧୦୦୨ଟି ସ୍ଥାନରେ ଥିବା ବିଭିର୍ଣ୍ଣ ମନ୍ଦିର ଗୁଡ଼ିକରେ ପିଡୀତାଙ୍କ ଆତ୍ମାର ସଦଗତି ନିମନ୍ତେ କରାଯିବ ଦୀପଦାନ।ଏହି ନେଇ ସଂକଳ୍ପ ପାଠ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।ତେବେ ସେଦିନ ଯେ ଚନ୍ଦ୍ର ଗ୍ରହଣ! ମନ୍ଦିର ପ୍ରବେଶ ନିଷେଧ।ଦେବ କାର୍ଯ୍ୟ ନିଷେଧ।ଘରେ ମଧ୍ୟ ଦୀପ, ପୂଜା, ପାଠ ଆଦି ବନ୍ଦ।ସକାଳ ୬ଟା ୨୫ରୁ ରାତି୮ଟା ୪୭ ପର୍ଯ୍ୟନ୍ତ ଦେବନିତି ସଂପୂର୍ଣ୍ଣ ନିଷେଧ। ତେବେ ମହିଳା ମୋର୍ଚ୍ଚା କଣ’ ଏହି ନିତି ନିୟମକୁ ନମାନି ଦୀପଦାନ କରିବ ନାଁ ରାତି ୯ଟା ପରେ ଏହି କାର୍ଯ୍ୟକର୍ମ କରିବ?ଦଶାହ ପାଳନର ନିତି ନିୟମ ଯେ ପିଡ଼ୀତାଙ୍କ ଘରେ କ’ଣ ଥିବ ସେ କିପରି ପାଳିବେ ତାହା ଭିର୍ଣ୍ଣ କଥା।କିନ୍ତୁ ବିଜେପି ମହିଳା ମୋର୍ଚ୍ଚା କ’ଣ ଆଉ ଦୂରଦୃଷ୍ଟିର ଅଭାବରେ ଚନ୍ଦ୍ର ଗ୍ରହଣ ବିଷୟରେ ଅବଗତ ନଥାଇ ତରବରିଆ ଭାବରେ ଏପରି ନିଷ୍ପତି ନେଇ ଯାଇଛି କି?ଯାହା ହୁଏତ ପୂଣି ପରିବର୍ତ୍ତନ କରିବାକୁ ପଡିପାରେ?

Leave a Reply

Your email address will not be published. Required fields are marked *