କୁନ୍ଦୁଲି ପିଡିତା ଛାତ୍ରୀ ଆତ୍ମହତ୍ୟା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡା ୨୫/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କୁନ୍ଦୁଲି ପିଡିତା ଛାତ୍ରୀ, କସ୍ତୁରୀ ସାମନ୍ତରାୟ ଓ ନିହାରିକା ବେହେରାଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଓଡିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ଶାଖା ନେତୃତ୍ୱରେ ଭୁବନେଶ୍ୱର ସିଭିଲ ସୋସାଇଟି, ପ୍ରାଭଟିଷ୍ଟ ବ୍ଲକ ଅଫ ଇଣ୍ଡିଆ, ଓଡିଶା ଦଳିତ ସମାଜ ପକ୍ଷରୁ ଆଜି ସହରର ତିନିମୁହାଁଣି ଛକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରିମାନେ କୁନ୍ଦୁଲି ପିଡିତା ଛାତ୍ରୀ, କସ୍ତୁରୀ ସାମନ୍ତରାୟ ଓ ନିହାରିକା ବେହେରାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଲେଖାଥିବା ପ୍ଲାକାର୍ଡ ହାତରେଧରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସୂଚନା ଅଧିକାର ଅଭିଯାନ କର୍ମୀ ରଞ୍ଜନ କୁମାର ଦାସ, ନଗେନ୍ଦ୍ର ଜେନା, ଉଦୟନାଥ ଚୈାଧୁରି, ପ୍ରମୋଦ କୁମାର ଦେବ, ବିଭୁତି ଭୂଷଣ ସାମନ୍ତରାୟ, ପ୍ରମୋଦ ସ୍ୱାଇଁ, ପ୍ରଭାକର ନାୟକ, ଜ୍ଞାନେନ୍ଦ୍ର ସାମନ୍ତରାୟ, ଅମରବର ବିଶ୍ୱାଳ, ମମତାମୟୀ ସାମଲ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *