ଓଡ଼ିଶା

କୁନ୍ଦୁଲି ପିଡିତା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା ; କୋରାପୁଟ ଜିଲ୍ଲା ଜଜ ତଥା ତଦନ୍ତ କମିଶନର ମୂଷାଗୁଡା ଯାଇ ପରିବାରବର୍ଗଙ୍କୁ ଭେଟିବା ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ 

କୋରାପୁଟ ; ତା୨୯-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାରବିଭାଗୀୟ ତଦନ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାପରେ କୋରାପୁଟ ଜିଲ୍ଲାଜଜ ବିଦ୍ୟୁତ କୁମାର ମିଶ୍ର ଦତନ୍ତ କମିଶନର ଭାବେ ଆଜି ପୂର୍ବାହ୍ନରେ ମୁଷାଗୁଡା ଯାଇଥିଲେ ଓ ପିଡିତାର ମାଙ୍କ ସହ ଆଲୋଚନା କରିଥିଲେ ବୋଲି ସରକାରୀ ଓକିଲ ପ୍ରଭାକର ପଟନାୟକ ସୂଚନା ଦେଇଥିଲେ।ଏଥିସହ ଦୁଷ୍କର୍ମ କରାଯାଇଥିବା ଘଟଣାସ୍ଥଳକୁ ମଧ୍ୟ ଯାଇଥିଲେ ବୋଲି ସେ ପ୍ରକାଶ କରିଥିଲେ।ରେଜିଷ୍ଟ୍ରାର ତଥା କମିଶନଙ୍କ ସଂପାଦକ ହେମନ୍ତ ବିଶ୍ୱାଲ ମଧ୍ୟ ରହିଥିଲେ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ଅତିରିକ୍ତ ଏସପି ଭି .ଆର.ରାଓ, ସେମିଲିଗୁଡା ବିଡିଓ ତ୍ରୀନାଥ ମାଝି, ତହସିଲଦାର ଅନିଲ କୁମାର ସେଠୀ, ଏଚଆରପିସି ନିରୀକ୍ଷକ ଏମ .ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top