କୁନ୍ଦୁଲି ପିଡିତା କୋରାପୁଟ ମେଡିକାଲରେ ଚିକିସôିତ 

କୋରାପୁଟ ; ତା୧୮-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋଟପାଡ କନ୍ୟାଶ୍ରମରେ ପାଠ ପଢିବାକୁ ରହିଥିବା କୁନ୍ଦୁଲି ପିଡିତା ଆଜି କୋରାପୁଟ ଡାକ୍ତରଖାନାରେ ଚିକିସôିତ ହେଉଥିବା ଜଣାପଡିଛି ।୧୦ ଥର ରକ୍ତବାନ୍ତି କରିଥିଲା ବୋଲି ପିଡିତାର ଭାଇ ଭଗବାନ ଛାତି ସୂଚନା ଦେଇଛନ୍ତି ।ଏଠାରୁ କଟକ ନେଇଯିବେ ବୋଲି କହୁଥିବା ସେ ପ୍ରକାଶ କରିଥିଲେ ।ପିଡିତା କଟକ ଯିବି ନାହିଁ ବୋଲି ପ୍ରକାଶ କରିଥିବା ପିଡିତାର ଭାଇ ସୂଚନା ଦେଇଛନ୍ତି ।ତେବେ ଡାକ୍ତର ପିଡିତାର ରୋଗ ବିଷୟରେ କିଛି କହୁନାହାନ୍ତି ।କୋରାପୁଟରେ ଏଣ୍ଡୋସ୍କୋପିକ ନ ଥିବାରୁ କଟକ ନିଆଯାଇପାରେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ସୂଚନା ଦେଇଥିଲେ ।କୋରାପୁଟ ଡାକ୍ତରଖାନାରେ ପିଡିତାର ଭାଇ , ମା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଡାକ୍ତରଖାନାରେ ପୋଲିସ ସୁରକ୍ଷା କରାଯାଇଥିବା ଜଣାପଡିଛି ।କୋରାପୁଟ ମେଡିକାଲରେ ଏକ୍ସରେ କରାଯିବା ସହ ବିଭିନ୍ନ ପରୀକ୍ଷା କରାଯାଇ ଚିକିସôା କରାଯାଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *