ଜିଲ୍ଲା ପରିକ୍ରମା

କୁନ୍ଦୁଲି ପଡିତାର ଆତ୍ମହତ୍ୟା ପାଇଁ ବିଜେଡି ସରକାରଙ୍କୁ ଦାୟୀକରି ଭାଜପା ଓ କଂଗ୍ରେସ ଦଳର ମାଲକାନଗିରି ଜିଲ୍ଲାବନ୍ଦ ଡାକରା

ମାଲକାନଗିରି,୨୩ା୧(ଓଡିଆ ପୁଅ/ଏସ.ଦାଶ)   କୋରାପୁଟ ଜିଲ୍ଲା କୁନ୍ଦୁଲିର ଜଣେ ଛାତ୍ରୀଙ୍କ ପ୍ରତି ହୋଇଥିବା ଗଣବଳକ୍ରାର ଓ ପିଡିତାଙ୍କ ଆତ୍ମହତ୍ୟା ଘଟଣା ରେ ବିଜେଡି ସରକାର ଙ୍କୁ ଦାୟୀକରି ମାଲକାନଗିରି ଜିଲ୍ଲା ଭାଜପା ଦଳ ଓ କଂଗ୍ରେସ ଦଳ ପକ୍ଷରୁ ବୁଧବାର ଦିନ ସମଗ୍ର ଜିଲ୍ଲାବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦଡାକରା କୁ ଜିଲ୍ଲାର ସବୁବର୍ଗର ଲୋକମାନେ ସହଯୋଗ କରିବାପାଇଁ  ଆଜି ସନ୍ଧ୍ୟାରେ ଭାଜପା ଦଳପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ସ୍ଥାନୀୟ ରକ୍ହିଲ ଲଜରେ ଜିଲ୍ଲାଭାଜପା ଦଳର ସଭାପତି ଅଶୋକକୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ବାଦିକ ସମ୍ମିଳନୀରେ ପୁବ ର୍ତନ ଉପବାଚସ୍ପତି ଭାଜପା ବରିଷ୍ଟନେତା ପ୍ରହଲ୍ଲାଦଦୋରା ଯୋଗଦେଇ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜଣେ ଗରିବ ନିରିହ ନାବାଳିକା କୁ ନୃଶଂସ ଭାବେ ଗଣଦୁଷ୍କର୍ମ କରିବା ଓ ନ୍ୟାୟ ପାଇଁ ବାରଦ୍ୱାରା ବୁଲି ଶେଷରେ ନିରାଶ ହୋଇ ପିଡିତା ଆତ୍ମହତ୍ୟା କରିବା ଘଟଣା ଏହା ରାଜ୍ୟସରକାରଙ୍କ କେତ ପାରିବା ପଣିଆ ଜଣାପଡୁଛି,ବିଜେଡି ସରକାର ଅଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବାର ଖୁସି ମନାଉଥିବା ବେଳେ ନିପଟ ମଫସଲ ଆଦାବୀସଗାଁର ଜଣେ ପିଡିତା ଠିକ ଭାବେ ନ୍ୟାୟ ନପାଇ ଆତ୍ମହତ୍ୟାକରିବା ବିଜେଡି ଦଳ ଓ ସରକାର ଙ୍କ ପ୍ରତି ଅତ୍ୟନ୍ତ ନିନ୍ଦନୀୟ କଥା ।ତେଣୁ ବୁଧବାରଦିନ ସେହି ପିଡିତା ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓ ତାଙ୍କ ପରିବାଙ୍କୁ ଉପ ଯୁକ୍ତ ନ୍ୟାୟ ଦାବିନେଇ ମାଲକାନଗିରି ଭାଜପା ଦଳରାଜରାସ୍ତାକୁ ଓହ୍ଲାଇ ଜନଆନେ୍ଦାଳନ କରୁଛି,ଏହି ଆନେ୍ଦାଳନରେ ଜିଲ୍ଲାର ସବୁବର୍ଗର ଲୋକମାନେ ଯୋଗଦେଲେ ପିଡିତାଙ୍କ ଅତୃପ୍ତ ଆତ୍ମାଶାନ୍ତି ପାଇବ ବୋଲି ଶ୍ରୀ ଦୋରା କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପା ନେତା ସୁବାଷ ଚନ୍ଦ୍ର ପଡିଆମି,ମାନିକ ଚକ୍ରବର୍ତି,ସାବିତ୍ରୀ ପଡିଆମି,ସଂଜୟସରକାର,ନବଘନ ଲୁକେଇ,  ରାଉଲ ଟାଆଉରୀ ପ୍ରମୁଖ ଭାଜପା ଦଳର କାର୍ଯକର୍ତା ମାନେ ଯୋଗ ଦେଇ ବୁଧବାର ଦିନ ସମଗ୍ର ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ସହ ଚକ ଅଖ ଓ ସରକାରି କାର୍ଯ୍ୟାଳୟ,ସ୍କୁଲ,କଲେଜ ଗୁଡିକ ବନ୍ଦକରାଯିବବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top