କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମୃତ୍ୟୁ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ବିଜେପି ପ୍ରଦର୍ଶନକାରୀଙ୍କୁ ପୋଲିସ୍ ର ନିର୍ମମ ମାଡ ବିରୁଦ୍ଧରେ ଆସନ୍ତା କାଲି ରାଜ୍ୟବ୍ୟାପୀ ୧୨ ଘଂଟିଆ ହରତାଲ୍

– ରାଜ୍ୟବାସୀଙ୍କୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିବାକୁ ଆହ୍ୱାନ
– ଅତ୍ୟାବଶ୍ୟକ ସେବା ହରତାଲ୍ ରୁ ବାଦ୍
– ପରୀକ୍ଷାର୍ଥୀମାନେ ସାଥୀରେ ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ଆଣିବାକୁ ଅନୁରୋଧ

ଭୁବନେଶ୍ୱର, ତା ୨୩/୦୧ (ଓଡ଼ିଆ ପୁଅ): କୁନ୍ଦୁଲି ନାବାଲିକା ଗଣଦୁର୍ଷ୍କମର ଶିକାର ହେବାର ୧୦୦ ଦିନ ପରେ ନ୍ୟାୟ ନପାଇ ନିଜ ଜୀବନକୁ ବଳିଦାନ ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତ କାଲିର ଏହି ଘଟଣା ଓଡିଶା ପ୍ରଦେଶ ଇତିହାସରେ ଏକ କଳଙ୍କିତ ଦିନ ଭାବେ ଆଗାମୀ ପିଢୀଙ୍କ ଆଗରେ ଚିତ୍ରିତ ହେବ। ବିଜେପି ମହିଳା ମୋର୍ଚ୍ଚାଠୁ ଆରମ୍ଭ କରି ବିଜେପିର ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକାଠୀ ହୋଇ ପୀଡିତାକୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି ରଖିଛନ୍ତି। ଆଜି ଶାନ୍ତିପୂର୍ଣ୍ଣଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯାଉଥିବା ସମୟରେ ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଅତି ଅମାନୁଷିକ ଭାବେ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପୀଡିତାକୁ ଆତ୍ମହତ୍ୟା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ବାଧ୍ୟ କରିଛି। ଏହା ଏକ ସରକାରୀ ପ୍ରାୟୋଜିତ ହତ୍ୟା। ଆଇପିସିର କଲପେବୁଲ ହୋମିସାଇଡ ଆଇନ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦୋଷୀ ହେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନବାଚୀ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଏସମ୍ବନ୍ଧରେ ଅବଗତ କରାଇବାକୁ ଯାଉଥିବା ସମୟରେ ବିଜେପି କାର୍ଯ୍ୟକର୍ତାଙ୍କୁ ଅଚାନକ ଲାଠିମାଡ କରି ମୁଣ୍ଡ ଫଟାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏବେ ଶାସକ ବିଜେଡି ଅସହାୟ ହୋଇ ପୋଲିସ ବାହିନୀକୁ ଲଗାଇ ଗୁଣ୍ଡାରାଜ କରୁଛି। କୁନ୍ଦୁଳି ପୀଡିତାକୁ ନ୍ୟାୟ ନମିଳିବା ଯାଏ ବିଜେପି ତାର ଲଢେଇ ଜାରି ରଖିବ ବୋଲି ଶ୍ରା ହରିଚନ୍ଦନ କହିଛନ୍ତି।

କୁନ୍ଦୁଳି ପୀଡିତାକୁ ନ୍ୟାୟ ଦାବିରେ ବିଜେପି ଆସନ୍ତାକାଲି ସାରାରାଜ୍ୟରେ ୧୨ ଘଂଟିଆ ହରତାଲ କରିବ। ଏହି ହରତାଲରେ ଅତ୍ୟାବଶକୀୟ ଜିନିଷକୁ ଛାଡି ଦୋକାନ ବଜାର, ଅଖଚକ ସବୁ ବନ୍ଦ ରହିବ। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏହି ହରତାଲରେ ରାଜ୍ୟବାସୀଙ୍କ ସହେଯାଗ ଲୋଡାଯାଇଛି। ଆସନ୍ତାକାଲି ଯେଉଁମାନଙ୍କର ପରୀକ୍ଷା ରହିଛି ସେହି ପରୀକ୍ଷାର୍ଥୀମାନେ ନିଜର ପରିଚୟ ପତ୍ର ଓ ଆଡମିଟକାର୍ଡ ଦେଖାଇଲେ ସେମାନଙ୍କୁ ଛାଡ କରାଯିବ ବୋଲି କାର୍ଯ୍ୟକର୍ତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଗୁରୁତର ଭାବେ ଆହତ ହୋଇଥିବା କାର୍ଯ୍ୟକର୍ତମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି ଏବଂ ଗୋଲକ ପ୍ରସାଦ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *