ଓଡ଼ିଶା

କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପ୍ରସଙ୍ଗ ଓ ପ୍ରତିବାଦରେ ଆସନ୍ତା କାଲି ୧୨ ଘଂଟିଆ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ: ବିଜେପି

– ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ
– ବନ୍ଦ ଡାକରାକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ
– ରାଜ୍ୟ ସରକାର ନିଜ ଆଡୁ ସିବିଆଇ ତଦନ୍ତର ଘୋଷଣା କରନ୍ତୁ

ଭୁବନେଶ୍ୱର, ତା୨୩/୦୧(ଓଡ଼ିଆ ପୁଅ): ରାଜ୍ୟ ସରକାରଙ୍କ ସମ୍ବେଦନହୀନତା କାରଣରୁ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମୃତ୍ୟୁ ହୋଇଛି। ଏହାର ପ୍ରତିବାଦରେ ଆସନ୍ତା କାଲି ୧୨ ଘଂଟିଆ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ହେବ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଘୋଷଣା କରିଛନ୍ତି।

ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଂଗପୁର ଜିଲ୍ଲାର ସମସ୍ତ ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ଏହି ଜିଲ୍ଲାମାନଙ୍କରେ ଚକ, ଅଖ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଜିଲ୍ଲା ବନ୍ଦ ଡାକରାକୁ ଜିଲ୍ଲାବାସୀ ପୂର୍ଣ୍ଣ ସହଯୋଗ କରିବାକୁ ଶ୍ରୀ ବକ୍ସିପାତ୍ର ନିବେଦନ ଜଣାଇଛନ୍ତି।

ପୋଲିସ, ପ୍ରଶାସନ ଏବଂ ଶେଷରେ ରାଜ୍ୟ ସରକାରଙ୍କଠାରୁ ସହାୟତା ଓ ନ୍ୟାୟ ପାଇବାର ଆସ୍ଥା ହରାଇ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତା ଜୀବନ ହାରିଲା। ପୀଡିତାର ବାରମ୍ବାର ନ୍ୟାୟ ଭିକ୍ଷା ସତ୍ୱେ ସମ୍ବେଦନହୀନ ଶାସକ ବିଜେଡି କୈାଣସି କର୍ଣ୍ଣପାତ କରିନଥିଲା। ବରଂ ପୀଡିତାକୁ ମାନସିକ ସ୍ତରରେ ହଇରାଣ କରିବା ସହ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ପ୍ରୟାସ ଆରମ୍ଭ କରିଦେଇଥିଲା। “ମାଁକୁ ସମ୍ମାନ”ର ବାହାସ୍ପୋଟ ମାରୁଥିବା ଶାସକ ବିଜେଡି ଅସହାୟା ପୀଡିତାକୁ ନ୍ୟାୟ ଦେଇପାରିଲେ ନାହିଁ। ପୋଲିସ ଓ ପ୍ରଶାସନିକ ସମସ୍ତ ଘଟଣା ଜାଣିବା ସତ୍ୱେ ପୀଡିତାକୁ ନ୍ୟାୟ ନଦେଇ ପାରିବା ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ ଘଟଣା। ରାଜ୍ୟ ସରକାର ଘଟଣା ପ୍ରସଙ୍ଗରେ ସମସ୍ତ ତଥ୍ୟ ଜାଣି ସୁଦ୍ଧା ପୀଡିତାର ଜୀବନ ବଂଚାଇ ନପାରିବା ନିଶ୍ଚିତ ଭାବେ ଲଜ୍ଜାଜନକ। ସମଗ୍ର ରାଜ୍ୟକୁ ଲଜ୍ଜିତ କରିଥିବା ଏହି ଘଟଣାର ସତ୍ୟାସତ୍ୟ ଫର୍ଦ୍ଦାଫାଶ ପାଇଁ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ଦାୟୀତ୍ୱ ନିଜ ଆଡୁ ସିବିଆଇ ଦ୍ୱାରା କରିବା ଉଚିତ୍ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ଏହି ଘଟଣାରେ କଂଗ୍ରେସ ଦଳ ପ୍ରତ୍ୟକ୍ଷ ଭାବେ ଶାସକ ବିଜେଡିକୁ ସହଯୋଗ କରୁଛି। ଘଟଣାକୁ ଭିନ୍ନ ମୋଡ ଦେବା ପାଇଁ ଘଟଣାର ପରଦିନ ଉଭୟ ଶାସକ ବିଜେଡି ଓ କଂଗ୍ରେସ ମିଳିତ ଭାବେ ୩୬ ଘଂଟା ରାସ୍ତାରୋକ ଆନ୍ଦୋଳନ କରିଥିଲେ। କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତରେ କଂଗ୍ରେସ ପୀଡିତାକୁ ତାର ପରିବାର ସହିତ ଘରକୁ ନିଆଯାଇଥିଲା। ବର୍ତମାନ ବ୍ୟବଚ୍ଛେଦ ପୂର୍ବରୁ ପୀଡିତାର ଶବକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିବା ସହିତ କଂଗ୍ରେସ ଦଳ ପୁଣି ଥରେ ପ୍ରତ୍ୟକ୍ଷ ଭାବେ ତଦନ୍ତକୁ ବାଟବଣା ହେବାରେ ପୂର୍ଣ୍ଣ ସହଯୋଗ କରୁଛି ବୋଲି ବରିଷ୍ଠ ନେତା ଶ୍ରୀ ଜୟରାମ ପାଙ୍ଗୀ ଅଭିଯୋଗ କରିଛନ୍ତି।

ଶବ ବ୍ୟବଚ୍ଛେଦ ହେଲେ ହିଁ ମୃତ୍ୟୁର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହ ତଦନ୍ତ ପ୍ରକ୍ରିୟାରେ ସହାୟକ ହେବ। ତେଣୁ ଶାସକ ବିଜେଡିର ପ୍ରରୋଚନାରେ ରାସ୍ତାରୋକ କରୁଥିବା କଂଗ୍ରେସ ଦଳ ହୀନ ରାଜନୀତିରୁ ଦୁରେଇ ଯାଇ ପୀଡିତାର ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେବାକୁ ଶ୍ରୀ ପାଙ୍ଗୀ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top