କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବିରେ କଳାଦିବସ ପାଳନ

କେନ୍ଦ୍ରାପଡା ୧୪/୧୧– ( ଓଡିଆ ପୁଅ / ଚିତ୍ତରଞ୍ଜନ ଦାସ ) – ଓଡିଶା ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡା ଜିଲ୍ଲାଶାଖା ପକ୍ଷରୁ ନଭେମ୍ବର ୧୪କୁ କଳା ଦିବସ ଭାବେ ପାଳନ କରାଯାଇଛି । ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ଶାଖା,ଦଳିତ ଅଧିକାର ସଂଗ୍ରାମ ସମିତି ଓ ଓଡିଶା ଦଳିତ ସମାଜ ପକ୍ଷରୁ ସାମାଜିକ କର୍ମୀମାନେ ଆଜି ମୁହଁରେ କଳାପଟି ବାନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛିଡାହୋଇ କଳାଦିବସ ପାଳନ କରିଥିଲେ । କୋରାପୁଟ ଜିଲ୍ଲାର କୁନ୍ଦୁଲି ଗ୍ରାମର ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣାର ଏକମାସ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ରାଜ୍ୟ ସରକାର ସଫଳ ହୋଇ ନଥିବାରୁ ଏହି ଘଟଣାର ସିବିଆଇ ତଦନ୍ତ କରାଯିବା ପାଇଁ ସେମାନେ ଦାବୀ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ସୂଚନା ଅଧିକାର ଅଭିଯାନ ଜିଲ୍ଲା ଶାଖାର ଆବାହକ ରଞ୍ଜନ କୁମାର ଦାସ,ତପନ କୁମାର ସାମଲ,ସୋମନାଥ ବାରିକ,ମମତାମୟି ସାମଲ,ନଳିନୀ ବେହେରା,ଦୁଷ୍ମନ୍ତ ଆଚାର୍ଯ୍ୟ,ନଗେନ ଜେନା,ରଶ୍ମି ସାହୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *