ଓଡ଼ିଶା

କୁନ୍ଦୁଲି ଘଟଣାର ତଦନ୍ତ କରିବାକୁ ଜାତୀୟ ଅନୂସୂଚିତ ଜାତି କମିଶନରଙ୍କ କୋରାପୁଟ ଜିଲ୍ଲାପାଳ, ଏସପି ଓ ବିଧାୟକଙ୍କୁ ଦିଲ୍ଲୀ ଡାକରା

କୋରାପୁଟ ; ତା୨୦-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାରେ ପିଡିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ନିମନ୍ତେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଜାତୀୟ ଅନୂସୁଚିତ ଜାତି କମିଶନରଙ୍କ ନିକଟରେ ଗତବର୍ଷ ଡିସେମ୍ବର ମାସ ୧ ତାରିଖରେ ଏକ କେସ କରିଥିଲେ। କମିଶନରଙ୍କ ସଭ୍ୟ ଡ. ଯୋଗେନ୍ଦ୍ର ପାସୱାନ ଗତ ଫେବ୍ରୁଆରୀ ମାସ୧୨ ତାରିଖ ଦିନ ଗଣଦୃର୍ଷ୍କମ ଓ ଆତ୍ମହତ୍ୟାର ତଦନ୍ତ କରିବାକୁ କୋରାପୁଟ ଆସିଥିଲେ। କୋରାପୁଟ ଡାକ୍ତରଖାନା ଓ କୁନ୍ଦୁଲି ଡାକ୍ତରଖାନା ଯାଇ ତଦନ୍ତ କରିଥିଲେ।

ଆସନ୍ତା ୨୪ ତାରିଖ ଦିନ ଏହି ମାମଲାର ତଦନ୍ତ କରିବାକୁ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ସହ ମତେ ଜାତୀୟ ଅନୂସୁଚିତ ଜାତି କମିଶନର ଦିଲ୍ଲୀ ଡାକିଥିବା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସୂଚନା ଦେଇଥିଲେ। କମିଶନର ଏକ ନୂଆ ନିର୍ଦ୍ଦେଶ ଦେବେ ଯାହା ପିଡିତାମାନଙ୍କ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top