ଓଡ଼ିଶା

କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ସୁଇସାଇଡ ନୋଟକୁ ରାଜ୍ୟ ପୋଲିସ ନଷ୍ଟ କରିବାର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି ଦୋହରାଇଲେ
– ସୁଇସାଇଡ ନୋଟ ନଷ୍ଟ କରିବାକୁ ସ୍ଥାନୀୟ ପୋଲିସ ଓ ଏସପିଙ୍କ ଉପରେ ପକା ଯାଇଥିଲା ଅହେତୁକ ଚାପ
– ଏହି ସୁଇସାଇଡ ନୋଟ ଟି ଥିଲେ ସସ୍ମିତା ଜୀବନରେ ନ ଥିଲେ ମଧ୍ୟ ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବାର ପଥ ସୁଗମ ହୋଇ ଥାନ୍ତା
– ବହୁ ବଡ ଲୋକ ଆତ୍ମହତ୍ୟା ପାଇଁ ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ
– ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି ନିଜର କର୍ତବ୍ୟ ଶେଷ କରି ଥିବା ବେଳେ ତଦନ୍ତର ଅଗ୍ରଗତି ପାଇଁ କାହିଁକି କରି ନାହାନ୍ତି ସମୀକ୍ଷା ?
– ଆସନ୍ତା ୨୪ ଘଂଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବି
– ଦୁଇ ଦଶନ୍ଧି ପୂର୍ବରୁ ଅଂଜନା ମିଶ୍ର ମାମଲାରେ ଅହଂକାର ଦେଖାଇ ଦୋଷୀକୁ ସୁରକ୍ଷା ଦେବା କାରଣରୁ ସେ ସମୟର ସରକାର ପୋଡି ପାଉଁଶ ହୋଇ ଯାଇଥିଲା
– ଆଜି ବି କୁନ୍ଦୁଲି ମାମଲାରେ ପୀଡିତାକୁ ନ୍ୟାୟ ଦେବା ବଦଳରେ ଅଭିଯୋଗକାରିଣୀକୁ ମିଛ କହିବା, ଚରିତ୍ର ହୀନ, ପ୍ରେମଜନିତ ଘଟଣା ସହ ମାନସିକ ରୋଗୀ ଭାବେ ପ୍ରମାଣିତ କରିବା ପାଇଁ ସରକାରଙ୍କ ତରଫରୁ ହୀନ ଉଦ୍ୟମ କରା ଯାଇଛି
– ଚାରି ଜବାନ ଦୁଷ୍କର୍ମ କରିଥିବା ଝିଅଟି ଅଭିଯୋଗ କରିଥିଲେ, ଜବାନ କେନ୍ଦ୍ରର ହେଉ କି ରାଜ୍ୟର, ଦଳିତ ଓଡିଆ ଝିଅର ମାନ -ଇଜ୍ଜତ ଉର୍ଧରେ କେହି ନାହିଁ
– କେନ୍ଦ୍ରୀୟ ବଳ ରାଜ୍ୟରେ କାମ କଲା ବେଳେ ରାଜ୍ୟ ପୋଲିସ ଡିଜିଙ୍କ ଅଧୀନରେ କାମ କରନ୍ତି
– କ୍ରାଇମ ବ୍ରାଂଚ ଡିଆଇଜି କେନ୍ଦ୍ର ମାନବିକ ଅଧିକାର କମିଶନଙ୍କୁ ଡିସେମ୍ବର ୧୪ତାରିଖର ଚିଠିରେ କେନ୍ଦ୍ରୀୟ ଅର୍ଧ ସାମରିକ ବଳ ଏହି ମାମଲାରେ ସାମିଲ ନ ଥିବା ଲିଖିତ ଭାବେ କାହିଁକି ଜଣାଇଛନ୍ତି?

ଭୁବନେଶ୍ୱର, ୦୪ଫେବୃଆରୀ (ଓଡ଼ିଆ ପୁଅ) – କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ଆତ୍ମହତ୍ୟା କରିଥିବା ଦଳିଦ ନାବାଳିକା ସସ୍ମିତା ଆତ୍ମହତ୍ୟା କରିବା ପୂର୍ବରୁ ନିଜ ହାତରେ ଲେଖିଥିବା ସୁଇସାଇଡ ନୋଟକୁ ସ୍ଥାନୀୟ ପୋଲିସ ତଦନ୍ତ ପରିସରଭୁକ୍ତ କରିବା ପରିବର୍ତେ ନଷ୍ଟ କରି ଦେବା ପରି ସଂଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ମାମଲାର ସିବିଆଇ ତଦନ୍ତ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛନ୍ତି ଶ୍ରୀ ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ପୋଲିସ ଓ ଏସପିଙ୍କ ଉପରେ ଅହେତୁକ ଚାପ ପ୍ରୟୋଗ କରି ଏହି ପ୍ରମାଣକୁ ନଷ୍ଟ କରି ଦେବାକୁ ଚେଷ୍ଟା କରା ଯାଇଛି। ଯଦି ଏହି ସୁଇସାଇଡ ନୋଟ ଟି ଥାଆନ୍ତା ତେବେ ସସ୍ମିତା ଜୀବନରେ ନ ଥିଲେ ମଧ୍ୟ ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବାର ପଥ ସୁଗମ ହୋଇ ଥାନ୍ତା। ଦେଶର ନିୟମ ଅନୁସାରେ ସୁଇସାଇଡ ନୋଟ ଆଇନ ଅନୁଯାୟୀ ପ୍ରମାଣ ଭାବରେ ଗ୍ରହଣ କରାଯାଇ ଥାନ୍ତା। ଏହା ହୋଇଥିଲେ ବହୁ ବଡ ଲୋକ ଆତ୍ମହତ୍ୟା ପାଇଁ ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ଦୋଷୀ ହୋଇଥାନ୍ତେ। ଶ୍ରୀ ପ୍ରଧାନ କହିଛନ୍ତି ଯେ କୁନ୍ଦୁଲୀ ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି ନିଜର କର୍ତବ୍ୟ ଶେଷ କରି ଦେଇଛନ୍ତି। ଦଳୀୟ କନ୍ଦଳ ହେଲେ ତୃତୀୟ ମହଲାରୁ ଗଣମାଧ୍ୟମକୁ ବକ୍ତବ୍ୟ ଦେଉଥିବା ନବୀନ ବାବୁ କୁନ୍ଦୁଲୀ ମାମଲାରେ କାହିଁକି ସମୀକ୍ଷା ଥରଟିଏ କରି ନାହାନ୍ତି ଓ ବକ୍ତବ୍ୟ ରଖି ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ବିଚାର ବିଭାଗୀୟ ତଦନ୍ତ ନିର୍ଦେଶକୁ ଏକ ପ୍ରହସନ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। କଳିଙ୍ଗନଗର ଗୁଳିକାଣ୍ଡ, ସ୍ୱାମୀ ଲକ୍ଷ୍ ମଣାନନ୍ଦଙ୍କ ହତ୍ୟା ଓ ଚିଟ ଫଣ୍ଡ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆଧାରରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୁନ୍ଦୁଲି ପୀଡିତା ଗଣମାଧ୍ୟମକୁ ସାକ୍ଷାତକାରରେ ପୋଲିସ ଡିଜି ୯୦ ହଜାର ଟଙ୍କା ବଦଳରେ ଚୁପ ରହିବାକୁ କହିବା ରେକର୍ଡକୁ ବଜାଇ ଶୁଣାଇଥିଲେ ଶ୍ରୀ ପ୍ରଧାନ। ଫରେନସିକ ଲାବରଟରୀ ରିପୋର୍ଟକୁ ପରିବର୍ତ୍ତନ କରିବା, କେନ୍ଦ୍ର ମାନବିକ ଅଧିକାର କମିଶନକୁ ଡିଆଇଜି ଦେଇଥିବା ପତ୍ରରେ ଦୁଷ୍କର୍ମ ନ ହୋଇଥିବା ପରି ଲିଖିତ ବକ୍ତବ୍ୟ ରାଜ୍ୟ ସରକାର ଦୋଷୀକୁ ଘଂଟ ଘୋଡାଇବା ପାଇଁ ଉଦ୍ୟମ କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୁଇ ଦଶନ୍ଧି ପୂର୍ବରୁ ଅଂଜନା ମିଶ୍ର ମାମଲାରେ ଅହଂକାର ଦେଖାଇ ଦୋଷୀକୁ ସୁରକ୍ଷା ଦେବା କାରଣରୁ ସେ ସମୟର ସରକାର ପୋଡି ପାଉଁଶ ହୋଇ ଯାଇଥିଲା। ଆଜି ବି କୁନ୍ଦୁଲି ମାମଲାରେ ପୀଡିତାକୁ ନ୍ୟାୟ ଦେବା ବଦଳରେ ଅଭିଯୋଗକାରିଣୀକୁ ମିଛ କହିବା, ଚରିତ୍ର ହୀନ, ପ୍ରେମଜନିତ ଘଟଣା ସହ ମାନସିକ ରୋଗୀ ଭାବେ ପ୍ରମାଣିତ କରିବା ପାଇଁ ସରକାରଙ୍କ ତରଫରୁ ହୀନ ଉଦ୍ୟମ କରା ଯାଇଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଅଂଜନା ମିଶ୍ର ମାମଲାରେ ଯେପରି ସମ୍ବେଦନଶୀଳ ଓଡିଆ ସମାଜ ପୀଡିତା ସହିତ ଦୃଢତାର ସହିତ ଠିଆ ହୋଇ ଅହଂକାରଗ୍ରସ୍ତ ସରକାରୀ ବ୍ୟବସ୍ଥାକୁ ସିଧା ସିଧା ସାମନା କରିଥିଲା ଆଜି ଓଡିଆ ସମାଜରେ ବର୍ତମାନ ସରକାର ବିରୁଦ୍ଧରେ ସେହି ଭାବନା ତିଆରି ହେଲାଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହା ଆଉ ଦଳୀୟ ପ୍ରତିବାଦରେ ସୀମିତ ନୁହେଁ ବରଂ ବୃହତର ଓଡିଆ ସମାଜ ବିରୋଧ କରିବାକୁ ଅଂଟା ଭିଡି ବାହାରିଲାଣି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଚାରି ଜବାନ ଦୁଷ୍କର୍ମ କରିଥିବା ଝିଅଟି ଅଭିଯୋଗ କରିଥିଲା। ଶାସକ ଦଳର ପ୍ରବକ୍ତା ମାନେ କେନ୍ଦ୍ରୀୟ ଅର୍ଧ ସାମରିକ ବଳ ଏହି କାଣ୍ଡ ଘଟାଇଥିବା ବାରମ୍ବାର ଉଠାଇ କେନ୍ଦ୍ର ଆଡକୁ ଅଙ୍ଗୁଳି ନିର୍ଦେଶ କରୁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଜବାନ କେନ୍ଦ୍ରର ହେଉ କି ରାଜ୍ୟର, ଦଳିତ ଓଡିଆ ଝିଅର ମାନ ଇଜ୍ଜତ ଉପରେ କେହି ନାହାନ୍ତି। ରାଜ୍ୟ ସରକାର ଦୋଷୀ ଯିଏ ବି ହେଉ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଶାସକ ଦଳର ପ୍ରବକ୍ତା ମାନେ କେନ୍ଦ୍ରୀୟ ଅର୍ଧ ସାମରିକ ବଳକୁ ଦୋଷ ଦେଉଥିବା ବେଳେ କ୍ରାଇମ ବ୍ରାଂଚ ଡିଆଇଜି କେନ୍ଦ୍ର ମାନବିକ ଅଧିକାର କମିଶନଙ୍କୁ ଡିସେମ୍ବର ୧୪ତାରିଖର ଚିଠିରେ କେନ୍ଦ୍ରୀୟ ଅର୍ଧ ସାମରିକ ବଳ ଏହି ମାମଲାରେ ସାମିଲ ନ ଥିବା ଲିଖିତ ଭାବେ କାହିଁକି ଜଣାଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top