କୁନ୍ଦୁଲି ଗଣ ଦୁଷ୍କର୍ମର ସିବିଆଇ ତଦନ୍ତ ଦାବୀ

ଯାଜପୁର-୧୪/୧୧(ଓଡିଆ ପୁଅ/ଏ.ରାଉତ) – କୋରାପୁଟ ଜିଲା କୁନ୍ଦୁଲି ଗ୍ରାମର ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଓ କେନ୍ଦ୍ରାପଡ଼ା ସ୍କୁଲ ଛାତ୍ରୀ ବଳାକ୍ରାର ଓ ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବୀ ନେଇ ରାଜ୍ୟ ସୂଚନା ଅଧିକାର ଅଭିଯାନର ନିଦେ୍ର୍ଦଶକ୍ରମେ ଯାଜପୁର ଜିଲା ସୂଚନା ଅଧିକାର ଅଭିଯାନ ଓ ଯାଜପୁର କିନ୍ନର ଆସୋସିଏସନ୍(ଶାନ୍ତି ସେନା) ପକ୍ଷରୁ ସହରର ଗାନ୍ଧୀଛକଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ଜାନକୀ ରାଉତ, କାଳନ୍ଦୀ ମଲ୍ଲିକ, ରମେଶ ସ୍ୱାଇଁ, ତପନ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ଉଚିତ୍ ନ୍ୟାୟ ଦେବାପାଇଁ ଓ କେନ୍ଦ୍ରାପଡ଼ା ଜିଲାର ସ୍କୁଲ ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ସିବିଆଇ ତଦନ୍ତ କରିବାକୁ ଦାବୀ କରିଥିଲେ । ପ୍ରତିବାଦ ସଭା ପରେ ଏକ ମଣ୍ଡଳୀ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସିବିଆଇ ତଦନ୍ତ ଦାବୀ ନେଇ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ପ୍ରତିବାଦ ସଭାର ଧନ୍ୟବାଦ ଦେଇଥିଲେ ତାରିଣୀ ପଟ୍ଟନାୟକ । ସିଭିଲ ସୋସାଇଟି ଫୋରମର ସମସ୍ତ କର୍ମୀମାନେ ଉକ୍ତ ଘଟଣାର କଳା ବ୍ୟାଚ ପିନ୍ଧି ପ୍ରଶାସନ ଓ ସରକାରଙ୍କ ବିଫଳତାକୁ ଦାୟୀ କରିଥିଲେ ।

Leave a Reply

Your email address will not be published. Required fields are marked *