ଓଡ଼ିଶା

କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପ୍ରସଂଗରେ ଜାତୀୟ ଅନୁସୂଚିତ ଜାତି କମିଶନରଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କଲା ବିଜେପି

ଭୁବନେଶ୍ୱର, ତା ୧୧/୦୨ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ କୁନ୍ଦୁଲି ଗଣଦୁଷ୍କର୍ମର ତଦନ୍ତ ଭାର ପ୍ରଥମେ ପଟାଙ୍ଗି ପୋଲିସ, କ୍ରାଇମବ୍ରାଂଚ, ଜୁଡିସିଆଲି ତଦନ୍ତ ଏବଂଏସଆଇଟି କୁ ହସ୍ତାନ୍ତର ପରେ ବି କୈାଣସି ସୁଫଳ ମିଳିନାହିଁ। ପୀଡିତା ନିଜ ହକରୁ ବଂଚିତ ହୋଇ ଆତ୍ମହତ୍ୟା କରିବା ପରେ ବି ସରକାର ଏଯାବତ୍ ଦୋଷୀକୁ ଧରିପାରିଲେ ନାହିଁ। କେବଳ ସେତିକି ନୁହେଁ ଘଟଣାର ମୋଡ ବଦଳାଇବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଛନ୍ତି। ଏପରି କ୍ଷେତ୍ରରେ ପୀଡିତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଜାତୀୟ ଅନୁସୂଚିତ ଜାତି କମିଶନର ସଦସ୍ୟ ଡ. ଯୋଗେନ୍ଦ୍ର ପାଶ୍ୱାନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

କୁନ୍ଦୁଲି ଗଣଦୁଷ୍କର୍ମର ତଦନ୍ତ ପାଇଁ ଜାତୀୟ ଅନୁସୂଚିତ ଜାତି କମିଶନର ସଦସ୍ୟ ଡ. ପାଶ୍ୱାନଙ୍କୁ ଦାୟୀତ୍ୱ ଦିଆଯାଇଛି। ଡ. ପାଶ୍ୱାନ କୁନ୍ଦୁଲି ଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ। ଅନ୍ୟପଟେ ରାଜ୍ୟ ବିଜେପି ତରଫରୁ କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବିରେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁଶାନ୍ତ ମଲ୍ଲିଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ରାଜ୍ୟ ଅତିଥିଭବନଠାରେ ଶ୍ରୀ ପାଶ୍ୱାନଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

କୁନ୍ଦୁଲି ପୀଡିତାଙ୍କୁ ଯେପରି ଉଚିତ୍ ନ୍ୟାୟ ମିଳିବ ଓ ଦୋଷୀମାନଙ୍କ ବିରୁଦ୍ଧରେ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ହେବ ସେଥିପାଇଁ ସବୁପ୍ରକାର ପଦକ୍ଷେପ ନିଆଯିବ ବୋଲି ଡ.ପାଶ୍ୱାନ ବିଶ୍ୱାସ ଦେଇଛନ୍ତି। ଏଥି ସହ ଘଟଣାର ସବୁ ଦିଗକୁ ଦେଖି ସିବିଆଇ ତଦନ୍ତ ପାଇଁ ପ୍ରସ୍ତାବ ଦେବେ ବୋଲି ଶ୍ରୀ ପାଶ୍ୱାନ ପ୍ରତିନିଧିଦଳକୁ ପ୍ରତିଶୃତି ଦେଇଛନ୍ତି।

ଏହି ପ୍ରତିନିଧିଦଳରେ ଧରଣୀ ବେହେରା, ମନୋଜ ବେହେରା, କୁଂଜମୋହନ ସେଠୀ, ନେତ୍ରମାନ ସେଠ, ବୃନ୍ଦାବନ ଦାଶ, ମାଗୁଣୀ ସେଠୀ, ସୁବଳ ବେହେରା, ଅଶୋକ ସେଠୀ, ରାଘବ ମଲ୍ଲିକ, ଇଶ୍ୱର ବେହେରା, ଦାମୋଦର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top